ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) କମିଶନର ତଥା ବରିଷ୍ଠ ଆଇ.ଏ.ଏସ. ଅଫିସର ତୁକାରାମ ମୁଣ୍ଡେ ରାଜନୀତିରେ ଯୋଗଦେବା ପ୍ରଶ୍ନକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ଏନଡିଟିଭି ପ୍ରଫିଟ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ରାଜନୀତି ତାଙ୍କ ପାଇଁ ନୁହେଁ।

Also Read: ତୁକାରାମ ମୁଣ୍ଡେଙ୍କ ବଢ଼ିବ ପାୱାର, ଉପମୁଖ୍ୟମନ୍ତ୍ରୀ ସିନ୍ଦେ କହିଲେ- ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟକ୍ତିଙ୍କୁ ଛାଡ଼ନି

 ସେ ସ୍ପଷ୍ଟ ଭାବରେ କହିଛନ୍ତି, ‘ମୋ ଭଳି ଜଣେ ବ୍ୟକ୍ତି ଯିଏ ଅତ୍ୟନ୍ତ ସ୍ପଷ୍ଟବାଦୀ ଏବଂ ସତସାହସୀ, ମୁଁ ଭାବୁନାହିଁ ଯେ ତାଙ୍କୁ ରାଜନୀତିରେ ଗ୍ରହଣ କରାଯିବ।’ ନିର୍ବାଚନୀ ରାଜନୀତିରେ ଯୋଗଦେବାକୁ ନେଇ ପଚରାଯିବାରୁ ସେ ‘ବିଲକୁଲ ନୁହେଁ’ ବୋଲି ଉତ୍ତର ଦେଇଛନ୍ତି। ସେ ସ୍ବୀକାର କରିଛନ୍ତି ଯେ, ଅନେକ ଲୋକ ତାଙ୍କୁ 'ଅହଂକାରୀ' ବୋଲି କୁହନ୍ତି, କିନ୍ତୁ ସ୍ପଷ୍ଟବାଦୀ ହେବା ଏବଂ ଅହଂକାରୀ ହେବା ମଧ୍ୟରେ ଖୁବ୍ କମ୍ ଫରକ ରହିଛି। ଏହା ତାଙ୍କର ସ୍ୱାଭାବିକ ଗୁଣ ।

Also Read: Video: ଇଏ ବି ଜଣେ IAS ଅଧିକାରୀ ! ତାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଦେଖିଲେ ଆଶ୍ଚର୍ଯ୍ୟ ହେବେ

୨୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୨୫ ଥର ବଦଳି ହୋଇଥିବା ନେଇ ସେ କହିଛନ୍ତି ଯେ, ବାରମ୍ବାର ବଦଳି ତାଙ୍କୁ ଚିନ୍ତିତ କରେ ନାହିଁ। ବରଂ ଯେତେ ଅଧିକ ବଦଳି ହୁଏ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେତେ ଅଧିକ ସୁଯୋଗ ମିଳିଥାଏ। ତାଙ୍କ ନେତୃତ୍ୱରେ ମହାରାଷ୍ଟ୍ର FDA ଅସାଧୁ ବ୍ୟବସାୟୀ, ଖାଦ୍ୟ ଅପମିଶ୍ରଣ, ଓ ଅବୈଧ ଔଷଧ ରାକେଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।