ନ୍ୟୁୟର୍କ, ୦୪/୧୧ : ଆମେରିକାର ମିଡ୍ ଟର୍ମ୍ ଇଲେକ୍ସନରେ ଭାରତୀୟ ବଂଶୋଦ୍ଭବ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଫ୍ଲୋରିଡାରୁ ଡେମୋକ୍ରାଟିକ୍ ପ୍ରାର୍ଥୀ ପିୟା ଡାଣ୍ଡିୟା ବିଜୟୀ ହୋଇଛନ୍ତି । ସେହିପରି ଓହିଓର ଗଭର୍ଣ୍ଣର ପଦ ପାଇଁ ଲଢୁଥିବା ବିବେକ ରାମାସ୍ୱାମୀ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ଥିବା ଦେଖିବାକୁ ମିଳିଛି । ସେହିପରି ଅମିଶ ଶାହ, ନିତ୍ୟା ରମନ, ସରିତା କୋମାରେଡ୍ଡିଙ୍କ ନିର୍ବାଚନ ଫଳାଫଳ ଏବେସୁଦ୍ଧା ଆସିନାହିଁ ।

ୟୁଏସରେ ନଭେମ୍ବର ୩ ତାରିଖରେ ମିଡ୍ ଟର୍ମ ନିର୍ବାଚନ ପାଇଁ ମତଦାନ ହୋଇଛି । ଏଥିରେ ଡୋନାଲ୍ଡ ଚ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ସଂସଦର ଉଭୟ ଗୃହରେ ବହୁମତ ସାବ୍ୟସ୍ତ କରିବାହୁ ହେବ । ପ୍ରାରମ୍ଭିକ ଟ୍ରେଣ୍ଡ୍ ରେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପିୟା ବିଜୟୀ ହୋଇଥିବା ଖବର ଆସୁଛି । ସେହିପରି ଅନ୍ୟ ପ୍ରାର୍ଥୀଙ୍କ ଆସନରେ ମତଗଣନା ଜାରି ରହିଛି । ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଁ ଆହୁରି ଅନେକ ସମୟ ଲାଗିପାରେ ।

ଡେମୋକ୍ରାଟିକ୍ ପାର୍ଟି ନେତ୍ରୀ ପିୟା ୨୨ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି । ତାଙ୍କୁ ୫୨.୨ ପ୍ରତିଶତ ଭୋଟ୍ ମିଳିଛି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରିପବ୍ଲିକାନ ପାର୍ଟିର କେସି ଅସ୍କରଙ୍କୁ ୪୭.୮ ପ୍ରତିଶତ ଭୋଟ୍ ମିଳିଛି । ପିୟା ପେଶାରେ ଏକ ସ୍କୁଲର ପ୍ରିନ୍ସିପାଲ ଅଛନ୍ତି । ତାଙ୍କ ବିଜୟୀ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି ।

ସେହିପରି ଟ୍ରମ୍ପଙ୍କ ସମର୍ଥକ ରାମାସ୍ୱାମୀ ଓହିଓରୁ ଗଭର୍ଣ୍ଣର ପଦରେ ଲଢୁଛନ୍ତି । ସେ ପଛୁଆ ରହିଛନ୍ତି । ୨୯ ପ୍ରତିଶତ ଭୋଟ୍ ଗଣତିରେ ତାଙ୍କୁ ମାତ୍ର ୩୫ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଏମି ଆକ୍ଟନଙ୍କୁ ୬୧ ପ୍ରତିଶତ ଭୋଟ୍ ମିଳିଛି । ମତଗଣନା ସରିବା ବେଳକୁ ଏଥିରେ ପରିବର୍ତ୍ତନ ହୋଇପାରେ ।

ସେହିପରି ଆରିଜୋନାରୁ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ସଦସ୍ୟ ପାଇଁ ଅମିଶ ଶାହ ନିର୍ବାଚନ ଲଢୁଛନ୍ତି । ସେ ରିପବ୍ଲିକାନ ପାର୍ଟିର ଜେ ଫିଲିଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ଏଠାରେ କାଣ୍ଟେ କା ଟକ୍କର ଚାଲିଥିବା କୁହାଯାଉଛି । ସେହିପରି ନିତ୍ୟା ରମନ ଲସ୍ ଆଞ୍ଜେଲସର ମେୟର ପଦ ପାଇଁ ନିର୍ବାଚନ ଲଡୁଛନ୍ତି । ସେ କେରେନ୍ ବାସଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଅତି କ୍ଲୋଜ୍ ପାଇଟ୍ ଚାଲିଥିବା କୁହାଯାଉଛି । ଉଭୟ ୪୦ ପ୍ରତିଶତ ଲେଖାଏଁ ଭୋଟ୍ ପାଇଛନ୍ତି । ଏବେବି ମତଗଣନା ଜାରି ରହିଛି ।

Also Read :- Kanika Kapoor: ବିବାହ ୪ ବର୍ଷ ପରେ ସ୍ଵାମୀଙ୍କ ଠାରୁ ଅଲଗା ହେଲେ ଗାୟିକା କନିକା କପୁର, ଡିଲିଟ୍‌ କଲେ ସମସ୍ତ ଫଟୋ

ଅନ୍ୟ ଦିଗରେ ଭାରତୀୟ ବଂଶୋଦ୍ଭବ ସରିତା କୋମାରେଡ୍ଡି ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ପଦ ପାଇଁ ନିର୍ବାଚନ ଲଢୁଛନ୍ତି । ସେ ଡେମୋକ୍ରାଟିକ୍ ପାର୍ଟିର ଲେଟିଟିଆ ଜେମ୍ସଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଥିରେ ଜେମ୍ସଙ୍କୁ ସମର୍ଥନ ମିଳୁଥିବା ନଜର ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ସରିତା ପଛୁଆ ରହିଛନ୍ତି ।