ନୂଆଦିଲ୍ଲୀ,/୦୯ :ରାଜ୍ୟରେ ବାତ୍ୟାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବିଭିନ୍ନ ପାଣିପାଗ ମଡେଲ କହୁଛି ଥାଇଲାଣ୍ଡରୁ ଘୂର୍ଣ୍ଣିବଳୟ ମାଡ଼ି ଆସିବ ।୧୯ତାରିଖ ବେଳକୁ ଲଘୁଚାପ ହେବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବାତ୍ୟା ଆଶଙ୍କା ବି ରହିଛି । ଏସବୁ ମଧ୍ୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେଲାଣି । ଯାହା ଧିରେ ଧିରେ ଉପକୂଳକୁ ମାଡ଼ି ଆସୁଛି ।

ରିପୋର୍ଟ ଅନୁସାରେ, ମାରିଆନା ଦ୍ୱୀପ ନିକଟରେ ଏକ ବାତ୍ୟା ସୃଷ୍ଟି ହୋଇଛି । ଯାହାର ନାଁ ଦିଆଯାଇଛି ଡୁଜୁଆନ୍ । ଏହାଦ୍ୱାରା ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହେବ । ଜାପାନ୍ ମେଟେରୋଲୋଜିକାଲ ଏଜେନ୍ସି ପୂର୍ବାନୁମାନ କରିଛି ।

ଜାପାନ୍ ପାଣିପାଗ ବିଭାଗର କହିବାନୁସାରେ, ବୁଧବାର ବିଳମ୍ବିତ ରାତ୍ରରେ ମାରିଆନା ଆଇଲ୍ୟାଣ୍ଡ୍ ନିକଟରେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହୋଇଛି ।ଏହା ହେଉଛିଚଳିତ ବର୍ଷର ୨୫ତମ ବାତ୍ୟା ଯାହା ଏହି ଅଞ୍ଚଳରେ ବଳ ଗୋଟାଉଛି। ଧିରେଧିରେ ଏହା ଉତ୍ତର ଏବଂ ଉତ୍ତରପୂର୍ବ ଆଡକୁ ଗତି କରୁଛି । ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୫ କିଲୋମିଟର ।

Also Read :- ଆମେରିକାକୁ ଭାରତର ଜବାବ : 'ଯାହା ଇଚ୍ଛା କର, ଆମ ପାଇଁ ଦେଶବାସୀଙ୍କ ସ୍ୱାର୍ଥ ବଡ଼'

ଅନୁମାନ କରାଯାଉଛି ଯେ, ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଡୁଜୁଆନ୍ ଅତି ଭୟଙ୍କର ରୂପ ଧାରଣ କରିବ । ଫଳରେ ସେକେଣ୍ଡ ପ୍ରତି୨୫ରୁ୩୩ମିଟର ବେଗରେ ପବନ ବହିବ । ଅର୍ଥାତ ଘଣ୍ଟା ପ୍ରତି ୧୫୦ରୁ ୧୮୦କିମି ବେଗରେ ପବନ ହେବ । ଏହା ଏବେ ଜାପାନର ନିକଟତର ହେଉଛି ।

ସେହିପରି ଶୁକ୍ରବାର ବାତ୍ୟା ଡୁଜୁଆନ୍ ଓଗାସାଓ୍ୱରା ଦ୍ୱୀପ ଆଡେ ମୁହାଁଇବ । ଶନିବାର ସକାଳେ ଏଠାରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଏହାପରେ ଇଜୁ ଦ୍ୱୀପ ଆଡେ ଏହା ଗତି କରିବ । ସୋମବାର ମଧ୍ୟ ଏହାର ପ୍ରଭାବ ରହିବ । ବୋସୋ ପେନିନସୁଲା ଯାହା ଟୋକିଓଠୁ୧୮୦କିମି ଦୂରରେ ରହିଛି ତାହା ଉପରେ ମଧ୍ୟ ବାତ୍ୟାର ପ୍ରଭାବ ପଡିବ । ଯାହା ପରେ ବାତ୍ୟା ତୋହାକୁ ପ୍ରାନ୍ତରେ ବିନାଶ ରଚିପାରେବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି