ଚଣ୍ଡିଖୋଲ ୧୭।୦୯ : ମାଡ଼ିବସିଲେ ଗାଁ ଲୋକେ । ବିବାହିତ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ ପ୍ଲାନ ମାରିଲା ଫେଲ୍‌ । ଅପହରଣ ଉଦ୍ୟମ ବେଳେ ମାଡିବସିଲେ ଗାଁ ଲୋକେ । ବନ୍ଧୁକ ସହ ଅପହରଣକାରୀଙ୍କୁ ଧରି ଧର୍ମଶାଳା ପୋଲିସର ଜିମାଦେଲେ ଗାଁ ଲୋକ ।

ଖବର ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ବାଲିକୁଦା ଗାଁର ପ୍ରମୋଦ ମହାରଣାଙ୍କ ଝିଅ ପ୍ରିୟଙ୍କା ମହାରଣା ଧର୍ମଶାଳା ଥାନା ହରିଚନ୍ଦନପୁରର ପ୍ରମୋଦ ମଲ୍ଲିକଙ୍କ ପୁଅ ସୁରେନ୍ଦ୍ର ମଲ୍ଲିକଙ୍କ କୋର୍ଟ ମ୍ୟାରେଜ୍‌ କରିଥିଲେ । ସେହି ଦିନ ଠାରୁ ପ୍ରିୟଙ୍କା ମହାରଣା ହରିଚନ୍ଦନପୁରରେ ସ୍ୱାମୀଙ୍କ ସହ ଶାଶୁ ଘରେ ରହିଆସୁଥିଲେ । ଅନୁସୂଚିତ ଜାତିରେ ଝିଅ ବିବାହ ପରେ ପ୍ରିୟଙ୍କାଙ୍କ ବାପ ଘରୋ ଲୋକେ ଝିଅକୁ ନେବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ସୁରେନ୍ଦ୍ରଙ୍କ ପରିବାର ଲୋକେ ମନା କରୁଥିଲେ । ଏପିରିକି ପ୍ରିୟଙ୍କା ବାପା ମଧ୍ୟ ସୁରେନ୍ଦ୍ରଙ୍କ ଘରକୁ ଆସି ଧମକ ଚମକ ଦେଉଥିଲେ ।

Also Read:-Bageshwar Baba: ସୁନାର କଠଉ-ରୁପାର ବଳା; ପାଦରେ ଅଳତା ଲଗାଇ ଅମ୍ଵାନୀଙ୍କ ଇଭେଣ୍ଟରେ ପହଞ୍ଚିଲେ ଧୀରେନ୍ଦ୍ର ଶାସ୍ତ୍ରୀ…

ଶେଷରେ ଗୁରୁବାର ସକାଳ ସମୟରେ କିଛି ଲୋକ ହରିଚନ୍ଦନପୁରରେ ପହଞ୍ଚି ପ୍ରିୟଙ୍କାଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ । ଏପିରିକି ବନ୍ଧୁକ ଦେଖାଇ ଜୋରଜବରଦସ୍ତ ଉଠାଇ ନେଇଥିଲେ । ଠିକ ଏହି ସମୟରେ  ମାଡ଼ିବସିଥିଲେ ଗାଁ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଧର୍ମଶାଳା ପୋଲିସ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାକୁ ଉଦ୍ଧାର କରିଥିଲେ । ଏହାସହିତ ଅପହରଣକାରୀଙ୍କ ଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି । ପ୍ରିୟଙ୍କା ଶାଶୁ ଝରଣା ମଲ୍ଲିକ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।