ଭଦ୍ରକ ୧୭।୦୯ : ଥମୁନି ବ୍ରାଉନସୁଗାର କାରବାର । ଭଦ୍ରକ ଅଞ୍ଚଳରୁ ପୁଣି ଜବତ ହେଲା ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଭଦ୍ରକ ଅବକାରୀ ବିଭାଗର ମୋବାଇଲ୍ ୟୁନିୟ ଚଢାଉ କରି ଏହି ବ୍ରାଉନସୁଗାରକୁ ସିଜ୍ କରିଛି । ଏହାସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ, ଧୁଷୁରୀ ଥାନା ଉଚ୍ଚପଦା ଛକ ନିକଟରେ ଭଦ୍ରକ ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚାଲିଥିଲା ଚେକିଂ । ଏହି ସମୟରେ ଜଣେ ବ୍ୟକ୍ତି ଏକ ସ୍କୁଟି ଯୋଗ ଯାଉଥିଲେ । ଅବକାରୀ ବିଭାଗ ସନ୍ଦେହ କରି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ୧୪୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଏହାସହିତ ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ।

Also Read:-ବାତ୍ୟା ନେଇ ଘରୋଇ ସଂସ୍ଥା ଆକଳନ କରୁଛନ୍ତି, ସରକାର ପୁରା ପ୍ରସ୍ତୁତ ଅଛନ୍ତି

ତେବେ ଜବତ ହୋଇଥିବା ୧୪୫ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଅଧିକ ଟଙ୍କା ହେବ । ସେହିପରି ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ପୋଲିସ । ଏହି ଚଢାଉ ବେଳେ ଅବକାରୀ ଟିମର ରାଜକିଶୋର ଜେନା, ନଟବର ମଲ୍ଲିକ, ମିଥୁନ ଜେନା ପ୍ରମୁଖ ସାମିଲ ଥିଲେ । ଗିରଫ ବ୍ୟକ୍ତିଙ୍କ ଘର ଗୋବିନ୍ଦପୁର ଅଞ୍ଚଳର ବୋଲି ଜଣାପଡିଛି।