ବେଙ୍ଗାଲୁରୁ,/୦୯ :କର୍ଣ୍ଣାଟକର ବେଲଗାଭିରେ ବୁଧବାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଡବଲ୍ ମର୍ଡର ଘଟିଛି। ଏଠାରେ ବାପ-ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାଟି ଓରାଡ଼ି ଗ୍ରାମରେ ଘଟିଛି। ମୃତକ ହେଉଛନ୍ତି ପୂର୍ବତନ ସୈନିକ ରୁଦ୍ରପ୍ପା କୁନ୍ଦରଗୀ ଏବଂ ତାଙ୍କ ଝିଅ ୨୬ ବର୍ଷୀୟା ଶଶିକଳା କୁନ୍ଦରଗୀ। ବାପ-ଝିଅ ଧାରୱାଡ଼ର ସଭୁରରେ ରହୁଥିଲେ।

ଘଟଣାରୁ ଜଣାପଡ଼ିଛି ଯେ ରୁଦ୍ରପ୍ପା ସମ୍ପତ୍ତି ବିବାଦ ସହ ଜଡ଼ିତ ଦସ୍ତାବିଜ ଦାଖଲ କରିବା ଏବଂ ଆରଟିସି ରେକର୍ଡରେ ନିଜ ନାମ ସାମିଲ କରିବାକୁ ଆବେଦନ ଲାଗି ସତ୍ୟପାଠ ନିମନ୍ତେ ପଞ୍ଚାୟତ ଅଫିସ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଭାଇ ବସପ୍ପା,ସଙ୍ଗପ୍ପା ଏବଂ ଝିଆରୀ ମଦିଭଲପ୍ପା ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି ରୁଦ୍ରପ୍ପାଙ୍କ ଝିଅ ଶଶିକଳା ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ଉଭୟ ବାପ-ଝିଅଙ୍କର ମୃତ୍ୟୁ ହୋଇଥିଲା। ଦିନ ୧୨ଟାରେ ଘଟିଥିବା ଏହି ଘଟଣା ବେଳେ ପଞ୍ଚାୟତ ଅଫିସରେ ଥିବା କର୍ମଚାରୀମାନେ ଏହାର ଭିଡିଓ ବନାଇଥିଲେ।

Also Read :- Mandakini : ଦୀର୍ଘ ବର୍ଷ ପରେ ଅଣ୍ଡରୱାର୍ଲ୍ଡ ଡନଙ୍କ ସହ ବିବାଦୀୟ ଫଟୋକୁ ନେଇ ମୁହଁ ଖୋଲିଲେ ମନ୍ଦାକିନୀ, କହିଲେ-ସେ କାହିଁକି ମୋତେ ଡାକିବେ…

ଖବର ପାଇ ସ୍ଥାନୀୟ ସବ୍-ଇନ୍ସପେକ୍ଟର,ବୈଲହୋଙ୍ଗଲ ଡିଏସପିଙ୍କ ସମେତ ପୁଲିସ ଟିମ୍ ଅପରାହ୍ନ ୧ଗରେ ପହଞ୍ଚିଥିଲେ। ଏହାପରେ ଶବଦ୍ଵୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଦେଦେଇଛି। ପୁଲିସ ମୁତାବକ,୩୮ ଗୁଣ୍ଠ ଜମିକୁ ନେଇ ପାରିବାରିକ କଳହ ରହିଥିଲା । ତିନି ଭାଇଙ୍କ ନାମରେ ଜମିକୁ ବାଣ୍ଟିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ରୁଦ୍ରପ୍ପା ଧାରୱାଡ଼ରେ ସପରିବାର ରହୁଥିବାରୁ ତାଙ୍କର ଦୁଇଭାଇ ତାଙ୍କୁ ଜମି ଦେବେନାହିଁ ବୋଲି କହିଥିଲେ। କିନ୍ତୁ ରୁଦ୍ରପ୍ପା ନିଜ ଭାଗ ଦାବି କରିଥିଲେ । ଏହାପରେରେ ବିବାଦ ଚରମସୀମାରେ ପହଞ୍ଚିଥିଲା ।