ଭୁବନେଶ୍ଵର: ରାଜ୍ୟର ତିନି ଜଣ ଶାସକ ବିଜେପି ଦଳର ସାଂସଦ ନିଜ ଅଞ୍ଚଳରେ ପ୍ରକଳ୍ପ କାମ ଠିକରେ ହେଉ ନ ଥିବା ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ରାଜନୀତି ଜୋର ଧରିଛି। ଏହାକୁ ବଡ଼ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି। ସାଂସଦଙ୍କ ଅଭିଯୋଗକୁ ନକରାତ୍ମକ ଦିଗରେ ନ ନେବାକୁ ବିଜେଡିକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ସାଂସଦ ଓ ବିଧାୟକ ଚିଠି ଲେଖିବା ପ୍ରସଙ୍ଗରେ ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ଦେବା ସହ କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଚିଠି ଲେଖାଟା ଶାସକ ଦଳର ନେତାଙ୍କ ଆନ୍ତରିକତା ,ସ୍ୱଚ୍ଛ ମନବୃତି ନା ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶିଣୁଛନ୍ତି। ୯୫ ପ୍ରତିଶତ ସାମାଧନ ହେଉଛି ବୋଲି କହୁଛନ୍ତି। ତାହାଲେ ମୁଖ୍ୟମନ୍ତ୍ରୀ ତାଙ୍କର ବିଧାୟକ ଓ ସାଂସଦଙ୍କ ଅଭିଯୋଗ କାହିଁକି ଶୁଣୁ ନାହଁନ୍ତି କାହିଁକି ।

ଅରୁଣ ସାହୁ ଏହା ମଧ୍ୟ କହିଛନ୍ତି, ସରକାରରେ କିଛି କାମ ହଉନି ବୋଲି ଦଳୀୟ ନେତା ଚିଠି ମାଧ୍ୟମରେ ସତକୁ ଉଜାଗର କରିଛନ୍ତି। ସାଂସଦ, ବିଧାୟକ ଲୋକଙ୍କ ସ୍ୱରକୁ ଶୁଣି ସରକାରଙ୍କୁ ଚିଠି ଲେଖୁଛନ୍ତି। ବିଜେପି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ଏପଟେ କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କରିଛନ୍ତି। ଏ ସରକାର ଅଢେଇ ବର୍ଷରେ ଦେଲେଣି ସବୁ ଉଡେଇ ,ଅଢେଇ ବର୍ଷ ରହିଲେ ଲୋକ ଏମାନଙ୍କୁ ଦେବେ ବୁଡ଼େଇ।

Also Read: UPI ଚାର୍ଜକୁ ନେଇ ରାଜନୀତି ସରଗରମ: ସରକାରଙ୍କୁ ବିଜେଡିର ଟାର୍ଗେଟ୍, ଜବାବ ଦେଲା ବିଜେପି

ଜବାବ ଦେଲେ ମନମୋହନ ସାମଲ

ସରକାରୀ ଦଳ ବିଧାୟକ ଓ ସାଂସଦ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି, ଯେଉଁ କାମ କରାଯାଉଛି ତାହାକୁ ଗତି ଦେବାକୁ ଚିଠି ଲେଖିଛନ୍ତି ସାଂସଦ ବିଧାୟକ | ତାକୁ ନକାରାତ୍ମକ ଦିଗରେ ନିଅନ୍ତୁନି | ଚିଠି ଲେଖିଲେ କାମ ତ୍ବରାନ୍ବିତ ହେବ। ବିରୋଧୀ ଦଳ ଅଭିଯୋଗ କରିବାର ନୈତିକତା ନାହିଁ | ଯେଉଁମାନେ ୮୦ ବର୍ଷ ଧରି କରିନଥିଲେ ସେମାନେ ଆଜି କଣ ପାଇଁ କହୁଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ।

ସେ କହିଛନ୍ତି, ସରକାର ସବୁ କାମକୁ ତ୍ବରାନ୍ବିତ ଢଙ୍ଗରେ ସରକାର୍ କରୁଛନ୍ତି | ଗୋଟିଏ ପରେ ଗୋଟିଏ କାର୍ଯ୍ୟ କରାଯାଉଛି | ସଂକଳ୍ପ ପତ୍ରରେ ଯାହା ଲେଖାଯାଇଛି ସେ କାର୍ଯ୍ୟକୁ କ୍ରିୟାନ୍ଵୟନ୍ କରିବାକୁ ଚେଷ୍ଟା ଚାଲିଛି | ୫ ବର୍ଷ ଭିତରେ ସବୁ କାର୍ଯ୍ୟ କରାଯିବ | ମୌଳିକ ସମସ୍ୟାର ସମାଧାନ ପୁରା କରିବା ସରକାରଙ୍କ ପ୍ରାଥମିକତା ଏବଂ ଏଥିରେ ସରକାର ସଂକଳ୍ପ ବଦ୍ଧ।

Also Read: ବାତ୍ୟା ନେଇ ଘରୋଇ ସଂସ୍ଥା ଆକଳନ କରୁଛନ୍ତି, ସରକାର ପୁରା ପ୍ରସ୍ତୁତ ଅଛନ୍ତି

ତିନି ସାଂସଦଙ୍କ ଅଭିଯୋଗ

ସୂଚନାଯୋଗ୍ୟ, ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ତଥା ଭିତ୍ତିଭୂମି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି | ଏପରିକି ଚାଲିଥିବା କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି| ଏ ଅଭିଯୋଗ ଆଉ କେହି ନୁହେଁ ବରଂ ଆଣିଛନ୍ତି ଶାସକ ଦଳର ତିନି ସାଂସଦ ବଲାଙ୍ଗୀରର ସାଂସଦ ସଙ୍ଗୀତା ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ | ଖୋଦ୍ ଶାସକ ଦଳର ସାଂସଦମାନେ ନିଜ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବାରୁ ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି | ଏହାକୁ ନେଇ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି।

ସମ୍ବଲପୁର-ସୋନପୁର ରାସ୍ତା କାମ ଅତ୍ୟନ୍ତ ମନ୍ଥର

ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଚିଠିରେ ଅଭିଯୋଗ କରି ଲେଖିଛନ୍ତି, ପ୍ରାୟ ୬୮୦ କୋଟି ଟଙ୍କାର ସମ୍ବଲପୁର-ସୋନପୁର ରାସ୍ତା କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି | ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ଶେଷ କରିବା ପାଇଁ ଠିକାସଂସ୍ଥାର କୌଣସି ଆନ୍ତରିକତା ନାହିଁ | ତେଣୁ ସେହି ସଂସ୍ଥାକୁ ବଦଳାଇ ଅନ୍ୟ ସଂସ୍ଥା ଦ୍ୱାରା କାମ କରାଇବାକୁ ସେ ଦାବି କରିଛନ୍ତି |

Also Read:MMDR ପ୍ରସଙ୍ଗରେ ବିଜେଡିର ବଡ଼ ଘୋଷଣା, ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ ହେବ...

ବିତିଗଲା ୨୧ ମାସ, ସରିଛି ମାତ୍ର ୧୦ ପ୍ରତିଶତ କାମ

ସେହିଭଳି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି | ୨୧ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ୧୦ ପ୍ରତିଶତ କାମ ଶେଷ ହୋଇପାରିଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ବୋଲି ଲେଖିଛନ୍ତି ସାଂସଦ | ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ଅଞ୍ଚଳରେ ଚାଲିଥିବା ବିଭିନ୍ନ ରାସ୍ତା କାମ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ନିମ୍ନମାନର ନିର୍ମାଣ ଶୈଳୀ ଓ ସାମଗ୍ରୀ ବ୍ୟବହାରକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି |