ବାଲିଗୁଡ଼ା: ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଛି ସ୍ପେଶାଲ୍ ଡ୍ରାଇଭ୍ । ଏହି କ୍ରମରେ କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାରେ ଚାଲିଥିବା ଅଭିଯାନରେ ବିଭିନ୍ନ ଥାନା ଅଞ୍ଚଳରେ ବ୍ୟାପକ ଭାବରେ ଖାନ୍ ତଲାସୀ ଅଭିଯାନ ଚାଲୁ ରହିଛି । ଆଉ ଏହି ଅଭିଯାନରେ ମିଳିଛି ବଡ଼ ସଫଳତା। ଏକ ଘରୋଇ ବସ୍ରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ.ନୂଆଗାଁ ଥାନା ପକ୍ଷରୁ ବାଲିଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସ୍ ଓଡି ୦୨ ଏସି ୧୧୫୧ ଉପରେ ରେଡ୍ କରାଯାଇଥିଲା। ଏହି ସମୟରେ ଗାଡ଼ିରୁ ୬୩ କିଲୋଗ୍ରାମରୁ ଉର୍ଦ୍ଧ୍ବ ଗଞ୍ଜେଇ ମିଳିଥିଲା। ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ଅନୁମାନ କରାଯାଉଛି। ତେବେ ଘଟଣାରେ ଗଞ୍ଜେଇ ଏବଂ ଗାଡ଼ି ଜବତ କରିବା ସହ, ଗାଡ଼ି ଚାଳକ ସୁଦର୍ଶନ ନାୟକ, ବସ୍ କଣ୍ଡକ୍ଟର ହମିଦ ଖାନ, ହେଲପର ବିନୋଦ ମଲିକ୍ ଗିରଫ କରି କୋର୍ଟ ଚାଲାଣ କରିଛି କ. ନୂଆଗାଁ ପୋଲିସ୍ ।

Also Read: ମଦ ନିଶାରେ ଭୁଲିଗଲେ ସବୁ, ମଦ୍ୟପ ସ୍ବାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ