ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମିଳନୀରେ ଏକାଠି ହୋଇଥିଲେ ବିଶ୍ୱର ମହାଶକ୍ତି। ଗୋଟିଏ ମଞ୍ଚରେ ମୋଦୀ-ପୁଟିନ-ଜିନଫିଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ସମୟରେ ଜଣେ ଅଧିକାରୀଙ୍କୁ ପାଖରେ ଦେଖିବାକୁ ମିଳିଛି। ହେଲେ ଏ ବ୍ୟକ୍ତି ଜଣକ କିଏ। ଏତେ ବଡ଼ ପାଓ୍ୱାରଫୁଲ ଲିଡର୍ଙ୍କ ପାଖରେ ଛିଡ଼ା ହୋଇଛନ୍ତି କାହିଁକି ? ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ। ଫଟୋ ବି ଭାଇରାଲ୍।

ଶକ୍ତିଶାଳୀ ନେତାଙ୍କ ପଛରେ ଦେଖାଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଭାରତୀୟ ଅଧିକାରୀ। ତାଙ୍କର ନାଁସିଦ୍ଧାର୍ଥ ବାବୁ। ସେ୨୦୧୭ ବ୍ୟାଚ୍ରIFSଅଧିକାରୀ। ବର୍ତ୍ତମାନ ସେ ବୈଦେଶ ମନ୍ତ୍ରଣାଳୟର East Asia DivisionରେDeputy Secretaryଭାବେ କାର୍ଯ୍ୟରତ। ସେ ହେଉଛନ୍ତି ଭାଷା ଓ କୂଟନୈତିକ ଯୋଗାଯୋଗର ମେମ୍ବର । ଅର୍ଥାତ ଭାରତ-ଚୀନ୍ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଭାଷାଗତ ବାଧା ଦୂର କରିବା ତାଙ୍କର କାର୍ଯ୍ୟ। କଥାବାର୍ତ୍ତାକୁ ସଠିକ୍ ଭାବେ ପହଞ୍ଚାଇବାରେ ଟ୍ରାନ୍ସଲେଟର ଭଳି କାର୍ଯ୍ୟ କରନ୍ତି।

ସିଦ୍ଧାର୍ଥ ବାବୁ କେରଳ କୋଚିର ବାସିନ୍ଦା। ସେ ମେକାନିକାଲ୍ ଇଞ୍ଜିନିୟରିଂ ପାଠ ପଢ଼ିବା ପରେ କିଛି ସମୟ ପ୍ରାଇଭେଟ୍ ସେକ୍ଟର, ବିଶେଷକରି ଇ-କମର୍ସ କ୍ଷେତ୍ରରେ କାମ କରିଥିଲେ। ପରେ ଅନ୍ତର୍ଜାତୀୟ ସମ୍ପର୍କ ଓ କୂଟନୀତି ପ୍ରତି ଆଗ୍ରହ ତାଙ୍କୁ ସିଭିଲ୍ ସର୍ଭିସ୍ ଦିଗକୁ ନେଇଥିଲା। ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସେ ଅଲ୍ ଇଣ୍ଡିଆ ରାଙ୍କ ୧୫ ନମ୍ବରରେ ଥିଲେ। ତାଙ୍କର ଅପ୍ସନାଲ୍ ବିଷୟ ଥିଲା ଇଣ୍ଟରନ୍ୟାସନାଲ୍ ରିଲେସନ୍ସ। ଏତେ ଭଲ ରାଙ୍କ ଥିବା ସତ୍ତ୍ୱେ ସେIASପରିବର୍ତ୍ତେIFSବାଛିଥିଲେ। କାରଣ ଅନ୍ତର୍ଜାତୀୟ ସମ୍ପର୍କ ଓ କୂଟନୀତି ପ୍ରତି ତାଙ୍କର ଆଗ୍ରହ ଥିଲା।

IFS ଅଧିକାରୀ ଭାବେ ସିଦ୍ଧାର୍ଥ ବାବୁ ବିଦେଶରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।୨୦୧୮ରୁ ୨୦୨୨ପର୍ଯ୍ୟନ୍ତ ବେଜିଂରେ ତାଙ୍କର କାର୍ଯ୍ୟ କରିବାର ଏକ୍ସପ୍ରିଏନ୍ସ ରହିଛି। ସେଠାରେ ଚୀନ୍ ଭାଷାର ଦକ୍ଷତା ଉପରେ ଲର୍ଣ୍ଣିଂ କରିଛନ୍ତି। ବେଜିଂରେ ଭାରତୀୟ ଦୂତାବାସରେ କାର୍ଯ୍ୟକାଳ ସମୟରେ ମାଣ୍ଡାରିନ୍ ଭାଷା ଓ ଚୀନ୍ ସମ୍ପର୍କିତ କୂଟନୈତିକ ବିଷୟରେ ତାଙ୍କ ଦକ୍ଷତା ଆହୁରି ବଢ଼ିଥିଲା। ପରେ ଆମେରିକାରକାଲିଫର୍ଣ୍ଣିଆରେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ଆନ୍ତର୍ଜାତୀୟ ବୈଠକରେ ଭାଷା ଓ ଯୋଗାଯୋଗରେ ସହାୟତା କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବ୍ରିକ୍ସ ସମ୍ମିଳନୀର ଫଟୋରେ ବିଶ୍ୱର ତିନି ପ୍ରମୁଖ ନେତାଙ୍କ ନିକଟରେ ତାଙ୍କ ଉପସ୍ଥିତି ଏହି ଭୂମିକାକୁ ନେଇ ନୂଆ ଆଗ୍ରହ ସୃଷ୍ଟି କରିଛି।

IAS ଅଧିକାରୀମାନେ ମୁଖ୍ୟତଃ ଦେଶ ଭିତରେ ପ୍ରଶାସନିକ ଦାୟିତ୍ୱ ତୁଲାନ୍ତି। ଅନ୍ୟପଟେ IFS ଅଧିକାରୀମାନେ ଭାରତରବିଦେଶ ନୀତି ଓ କୂଟନୀତିକ ସମ୍ପର୍କ ସହ ଜଡ଼ିତରହନ୍ତି। ବିଦେଶରେ ଭାରତୀୟ ମିଶନରେ କାମ କରିବା, ଅନ୍ୟ ଦେଶ ସହ ସମ୍ପର୍କ ରକ୍ଷା କରିବା ଏବଂ ଅନ୍ତର୍ଜାତୀୟ ଆଲୋଚନାରେ ଭାରତର ପକ୍ଷ ଉପସ୍ଥାପନ କରିବା ସେମାନଙ୍କ କାର୍ଯ୍ୟର ମୁଖ୍ୟ ଅଂଶ।

also read- ଭାରତ-ଚୀନ ଉପରେ ଟ୍ରମ୍ପଙ୍କ ବଡ଼ ପ୍ରହାର : ରୁଷଠୁ ତେଲ କିଣୁଥିବାରୁ ନିଆଗଲା ଆକ୍ସନ

ମୋଦୀ ଓ ଜିନପିଙ୍ଗଙ୍କ ଭଳି ବିଶ୍ୱର ଦୁଇ ଜଣ ଶୀର୍ଷ ନେତା ଯେତେବେଳେ ମୁହାଁମୁହିଁ ଆଲୋଚନା କରନ୍ତି, ସେତେବେଳେ ପ୍ରତ୍ୟେକ ଶବ୍ଦର ଗୁରୁତ୍ୱ ରହିଥାଏ। ଏଭଳି ସମୟରେ ଟ୍ରାନ୍ସଲେଟରଙ୍କ କାର୍ଯ୍ୟ କେବଳ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ପରିବର୍ତ୍ତନ କରନ୍ତି ନାହିଁ ବରଂ କଥାର ଅର୍ଥକୁ ମଧ୍ୟ ସଠିକ୍ ଭାବେ ପହଞ୍ଚାଇବା ତାଙ୍କ କାର୍ଯ୍ୟର ଅଂଶ। ବ୍ରିକ୍ସ ସମ୍ମିଳନୀର ଏହି ଫଟୋ ଯୋଗୁଁ ହଠାତ୍ ଚର୍ଚ୍ଚାକୁ ଆସିଥିବା ସିଦ୍ଧାର୍ଥ ବାବୁଙ୍କ ଯାତ୍ରା ନିହାତି ଯୁବପିଢିଙ୍କୁ ପ୍ରେରଣା ଦେବ।