ନୂଆଦିଲ୍ଲୀ,/୦୯ :ଆମେରିକା କଂଗ୍ରେସରେ ଋଷ ବିରୋଧୀ ବିଲ୍ ପାସ୍ ହୋଇଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟିଭସରେ ଏହାକୁ ପାରିତ କରାଯାଇଛି । ବିଲ୍ ସପକ୍ଷରେ୨୬୦ରୁ ଅଧିକ ଭୋଟ୍ ପଡିଥିଲା । ତେବେ ଏହି ବିଲ୍ ଦ୍ୱାରା ଋଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଥିବା ଦେଶ ଉପରେ୧୦୦ପ୍ରତିଶତ ଟାରିଫ୍ ଲଗାଯାଇ ପାରିବ । ଯାହା ଭାରତ ଏବଂ ଚୀନର ସମସ୍ୟା ବଢାଇବ । ତେବେ ଆମେରିକା କଂଗ୍ରେସରେ ବିଲ୍ ପାସ୍ ହେଲା ପରେ ଭାରତ ପ୍ରତିକ୍ରିୟା ରଖିଛି । ଏହାସହ ୟୁଏସକୁ କଡ଼ା ଜବାବ ଦେଇଛି ।

ସରକାର କହିଛନ୍ତି ଯେ, ସେ ପରିସ୍ଥିତି ଏବଂ ଘଟଣା ଉପରେ ନଜର ରଖିଛନ୍ତି । ଏହା ପୂର୍ବରୁ ଅନେକ ଥର ହୋଇଛି । ଭାରତର କିନ୍ତୁ ପ୍ରାଥମିକତା ଭିନ୍ନ ରହିଛି । ସରକାର ଦେଶର୧୫୦କୋଟି ଲୋକଙ୍କ ଶକ୍ତି ସୁରକ୍ଷା ସହ କୌଣସି ସାଲିସ କରିପାରିବେ ନାହିଁ । ଏଥିପାଇଁ ଭାରତ ଭିନ୍ନ ଭିନ୍ନ ଦେଶକୁ ତେଲ ଏବଂ ଗ୍ୟାସ୍ କ୍ରୟ କରିବା ଜାରି ରଖିବ । ବଜାରର ବଦଳୁଥିବା ପରିସ୍ଥିତିର ହିସାବକୁ ଦେଖି ନିଷ୍ପତ୍ତି ନିଆଯିବ । ଅର୍ଥାତ ଭାରତ ନିଜର ଶକ୍ତି ଏବଂ ଉର୍ଜା ନୀତିରେ କାହାର ଚାପ ପାଇଁ ପରିବର୍ତ୍ତନ କରିବ ନାହିଁ ।

Also Read :- Disha Salian case : ଦିଶା ସାଲିଆନ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ-ଦେଖା ହେବା ଦୂରର କଥା.. ମୁଁ ଚିହ୍ନିନି

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବୟାନରେ ଆହୁରି କୁହାଯାଇଛି ଯେ, ଗତ କିଛିଦିନ ଧରି ଏସବୁ ପ୍ରସଙ୍ଗରେ ଆମେରିକରା ଅନେକ ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିଙ୍କ ସହ ଚର୍ଚ୍ଚା ଜାରି ରହିଛି । ଆମେରିକା ଯେଉଁ ନିଷ୍ପତ୍ତି ନେଉଛି ତାହା କେବଳ ଦୁଇ ଦେଶର ସମ୍ପର୍କ ଉପରେ ନୁହେଁ ବରଂ ବିଶ୍ୱର ଶକ୍ତି ବଜାର ଉପରେ ପଡିବ । ଏହା ବୈଶ୍ୱିକ ସ୍ତରରେ ପ୍ରଭାବ ପକାଇପାରେ ।

ଆହୁରି ମଧ୍ୟ ଭାରତ ସ୍ପଷ୍ଟ କରିଛି ଯେ, ଦେଶ ନିଜର ବାଣିଜ୍ୟ ଏବଂ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଯାହାଆବଶ୍ୟକ ସେନେଇ ପଦକ୍ଷେପ ନେବ । ସରକାର ସମସ୍ତଙ୍କ ସହ ମିଳିମିଶି କାମ କରିବେ ଯାହା ଦ୍ୱାରା ଆମେରିକାର ଆଇନକୁ ପ୍ରଭାବହୀନ କରାଯାଇ ପାରିବ ବୋଲି ସରକାର କହିଛନ୍ତି ।