ଦିଗପହଣ୍ଡି ୧୩।୦୫ : ଦିନରେ ଲୁଚୁଛି, ରାତିରେ ବୁଲୁଛି ବାଘ । ଡ୍ରୋନ୍ କ୍ୟାମେରାରେ ସ୍ପଷ୍ଟ ହେଲା କଲରାପତରିଆ ବାଘ । ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ ବୁଲୁଛି କଲରାପତରିଆ ବାଘ । ବନ ବିଭାଗର ଡ୍ରୋନ୍ କ୍ୟାମେରାରେ ଆସିଛି ବାଘର ଫଟୋ ।

ଖବର ଅନୁଯାୟୀ, ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା ' ରତନେଇ ମନ୍ଦିର ପାଖରେ ବାଘ ବୁଲୁଥିବା ଫଟୋ ଭିଡ଼ିଓ ଭାଇରାଲ ହୋଇଥିଲା । ଏହାପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତତ୍ପରତା। ରାତି ପ୍ରାୟ ୧୧ଟା ରେଞ୍ଜର ଦିବ୍ୟରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଆଉ ଏବେ ଡ୍ରୋନ କ୍ୟାମେରାରେ କଲରାପତରିଆ ବାଘ ବୋଲି ସ୍ପଷ୍ଟ କରିଛି ବନ ବିଭାଗ । କ୍ୟାମେରାରେ ମିଳୁଥିବା ତଥ୍ୟ ଅନୁସାରେ, ବାଘଟି ଦିନସାରା ପାହାଡ଼ ଖୋଲରେ ଲୁଚି ରହୁଥିବା ବେଳେ ରାତିରେ ଜଙ୍ଗଲ ମଧ୍ୟରେ ବୁଲୁଥିବା ଜଣାପଡିଛି ।

Also Read:-ପ୍ରେମିକକୁ ରୁମ୍‌କୁ ଡକାଇ ସାଙ୍ଗ ସହ ମିଶି କଲେ ଏମିତି, ପୁରୁଷ ବନ୍ଧୁ ସହ ୪ ଗିରଫ

ଦିଗପହଣ୍ଡି ରେଞ୍ଜରେ କୌଣସି ପ୍ରକାର ବାଘଟି ଉପସ୍ଥିତି ନଥିବା ରିପୋର୍ଟରେ ଦର୍ଶାଯାଇଥିଲା । ତେଣୁ ବାଘଟି ବ୍ରହ୍ମପୁର ବନଖଣ୍ଡ ଅଧିନ ଟାମଣା ସଂରକ୍ଷିତ ଜଙ୍ଗଲରୁ ଏଠାକୁ ଚାଲିଆସିଥିବା ଅନୁମାନ କରାଯାଉଛି । କଲରାପତରିଆ ବାଘ କେବଳ ଗୋରୁ, ଗାଈ, ଛେଳି, ଛେଳି, ମେଣ୍ଢା, ହରିଣ ଭଳି ପ୍ରାଣୀମାନଙ୍କୁ ଶିକାର କରିଥାଏ । ବେଳେ ବେଳେ ମଣିଷମାନଙ୍କୁ ଦେଖିଲେ ମଧ୍ୟ ଆକ୍ରମଣ କରିଥାଏ ବୋଲି ବନ ବିଭାଗ ସୂଚନା ଦିଆଯାଇଛି ।