ଭୁବନେଶ୍ବର ୧୩।୫: ରାଜଧାନୀରେ ଲଜ୍ଜା । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ । ୪ ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବାର ହୋଇଛି ଅଭିଯୋଗ । ଇନଫୋଭ୍ୟାଲି ଥାନା ଅଧିନରେ ଘଟିଲା ଏଭଳି ଘଟଣା ।

ରାଜଧାନୀରେ ପୁଣି ଲଜ୍ଜା । ବୟଫ୍ରେଣ୍ଡ ରୁମ୍‌ରେ ଗର୍ଲଫ୍ରେଣ୍ଡକୁ ଗଣ ଦୁଷ୍କର୍ମ । ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରୋଇ କଲେଜ ଛାତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ପରେ ହଇଚଇ ସୃଷ୍ଟି ହୋଇଛି । ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଛାତ୍ରୀଙ୍କୁ ରୁମ୍‌କୁ ଡକାଇ ଗଣ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଅଭିଯୋଗ ପାଇବା ପରେ ଚାରି ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

Also Read:- Transport Minister appeals: ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍, ୨୦୨୮ ଯାଏଁ ଇଭି ଗାଡ଼ି ସବସିଡ୍ ବୃଦ୍ଧି

ଇନଫୋଭ୍ୟାଲି ଥାନା କାଇ ମାଟିଆରେ ଥିବା ଏକ ମେସ୍‌ରେ ଘଟିଛି ଏଭଳି ଘଟଣା । ଦୁଷ୍କର୍ମ ପଛରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗ ସାମିଲ ଥିଲେ । ଚାରି ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମ୍ ସ୍ପଟ୍‌ରେ ତନାଘନା କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ୍ ପୋଲିସ ।