ଯାଜପୁର ୨୮।୩: ଥାନା ହାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ସସପେଣ୍ଡ ହେଲେ ୩ ପୋଲିସ କର୍ମଚାରୀ । ବ୍ରହ୍ମବରଦା ଥାନାର ଜଣେ ASI ଓ ୨ ଜଣ କନଷ୍ଟେବଲ୍ ସସପେଣ୍ଡ । ଚୋରି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିବା ବେଳେ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଫେରାର ହେବା ସମୟରେ ଥାନାରେ ଥିବା ବାଇକ୍‌କୁ ମଧ୍ୟ ଚୋରି କରିନେଇଥିଲେ ।

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାକୁ ଏକ ଚୋରି ମାମଲାରେ ଗିରଫ ଅଭିଯୁକ୍ତ ଶୁକ୍ରବାର ରାତିରେ ଥାନାରୁ ଫେରାର । ଫେରାର ଯୁବକ ଜଣକ ହେଲେ ଆଶିଷ ବେହେରା । ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ରହ୍ମବରଦା ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ ଯାଜପୁର ରୋଡ୍‌ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।

Also Read:- PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ଟାର୍ଗେଟ୍ ; ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ନାହିଁ

ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଯାଜପୁର ଏସ୍‌ପି । ଏଏସଆଇ ଅଚ୍ୟୁତାନନ୍ଦ ଦାସ, କନେଷ୍ଟବଳ ବିଦ୍ୟାପତି ପଲେଇ ଓ ସନ୍ତୋଷ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଯାଜପୁର ରୋଡ଼ ଏସଡ଼ିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ବିଭାଗୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଲେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ।