ଭୁବନେଶ୍ବର ୨୮।୩: ଲୋକଙ୍କୁ PNG /LPG ଯୋଗାଣ ନେଇ ଦିଲ୍ଲୀର ବିଜ୍ଞାନ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଏହି ବୈଠକରେ କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ, ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୈଠକରେ ଯୋଗ ଦେଇଥିଲେ ।

ବୈଠକ ପରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ନଗର ଅଞ୍ଚଳରେ PNG ସଂଯୋଗ ବୃଦ୍ଧି କିପରି ଶୀଘ୍ର ହୋଇପାରିବ ତାକୁ ନେଇ ଟାର୍ଗେଟ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଭୁବନେଶ୍ୱର, କଟକ ଭଳି ସହରରେ ଆମେ PNG ସଂଯୋଗକୁ ବୃଦ୍ଧି କରିବା ଯୋଜନା କରାଯିବ । ଓଡ଼ିଶାର ଅନ୍ୟ ନଗର ମ୍ୟୁନିସିପାଲଟିରେ ମଧ୍ୟ PNG ସଂଯୋଗ ବୃଦ୍ଧି ପାଇଁ ଯୋଜନା କରିବୁ । ଭାରତରେ ୬୦% ପ୍ରତିଶତ PNG ଉତ୍ପାଦନ ହେଉଛି । ଏଥିରେ ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ନାହିଁ । ଲୋକେ କମ୍ ଅର୍ଥରେ ଏହା ପାଇବେ ।

Also Read:- AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କଲେ ବଢିବ କର୍ମଚାରୀଙ୍କ ରାଙ୍କିଂ

ଯେଉଁମାନେ PNG ସଂଯୋଗ ନେବେ ସେମାନେ ଆଉ LPG ରଖି ପାରିବେ ନାହିଁ । ଲୋକେ ପାନିକ୍ ହେବା ଯୋଗୁଁ ୩୦% ଅଧିକ ବୁକିଂ ବଢ଼ିଯାଇଛି । ଆମ ପାଖରେ ସମସ୍ତେ ଗ୍ୟାସ୍ ପେଟ୍ରୋଲ, ଡିଜେଲ ମହଜୁଦ ଅଛି । କୌଣସି ସଙ୍କଟ ନାହିଁ । ସବୁ ସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ଓଡ଼ିଶା ଫେରିବା ପରେ କିପରି ଏହାକୁ ଗ୍ରାଉଣ୍ଡରେ ଇମ୍ପ୍ଲିମେଣ୍ଟ କଆଯିବ ସେ ବିଷୟରେ ଖୁବ୍ ଶୀଘ୍ର ଅନ୍ୟ ବିଭାଗର ମନ୍ତ୍ରୀଙ୍କ ସହିତ ବୈଠକ କରିବେ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।