ନୂଆଦିଲ୍ଲୀ ୩୧।୧୨: ଡିସେମ୍ବର ୩୧ ତାରିଖ ରାତିକୁ ସାରା ବିଶ୍ୱରେ ଧୂମଧାମରେ ପାଳନ କରାଯାଏ। ଏହି ଦିନଟିକୁ ଲୋକେ ସାଧାରଣ ଦିନ ଭାବେ ନୁହେଁ ବରଂ ଏକ ଉତ୍ସବ ଭାବେ ପାଳନ କରନ୍ତି। ଆଗାମୀ ବର୍ଷର ସ୍ୱାଗତ ପାଇଁ ଲୋକେ ଏହି ଉତ୍ସବ ପାଳନ କରନ୍ତି। ତେବେ ହୁଏତ ଅନେକ ଲୋକେ ଜାଣି ନଥିବେ ସାରା ବିଶ୍ୱରେ ଏକ ସମୟରେ ନବ ବର୍ଷ୍ ସ୍ୱାଗତ ହୁଏନି। ଯଦି ଆପଣବି ଭାବୁଥାନ୍ତି ଯେ ଡିସେମ୍ବର ୩୧ ରାତି ୧୨ଟା ବାଜିଲେ ସାରା ବିଶ୍ୱରେ ଏକ ସଙ୍ଗରେ ନୂଆ ବର୍ଷ ସ୍ୱାଗତ କରାଯାଏ ତେବେ ଏହା ଆପଣଙ୍କର ଭ୍ରମ।

ବିଶ୍ୱ ଭିନ୍ନ ଭିନ୍ନ ଟାଇମ ଜୋନରେ ରହିଛି। ଏଣୁ ସବୁଠି ଏକ ସମୟ ନଥାଏ, ଏଣୁ ଯେଉଁଠି ରାତି ୧୨ଟା ବାଜେ ସେଠାରେ ନୂଆ ବର୍ଷ ସ୍ୱାଗତ ପର୍ବ ଆରମ୍ଭ ହୋଇଯାଏ। ଏଣୁ ବିଶ୍ୱର କିଛି ଦେଶରେ ଆଗୁଆ ନୂଆ ବର୍ଷ ପାଳନ ହେଉଥିବା ବେଳେ ଆଉ କେତେକ ଦେଶ ସବୁଦେଶଙ୍କ ପରେ ନୂଆ ବର୍ଷ ପାଳନ କରନ୍ତି। ଏଥିରେ ଯଦି ଆପଣ ଜାଣିବାକୁ ଚାହାଁନ୍ତି ବିଶ୍ୱର କେଉଁଦେଶରେ ପ୍ରଥମେ ନୂଆ ପାଳନ ହୁଏ, ତେବେ ଆସନ୍ତୁ ଜାଣିବା।

ଏହି ଦେଶରେ ପାଳନ ହୁଏ ପ୍ରଥମ ନବବର୍ଷ
ସାରା ବିଶ୍ୱରେ ଡିସେମ୍ବର ୩୧କୁ ଧୂମଧାମରେ ପାଳନ କରୁଥିବା ବେଳେ କିରିବାତୀ ଦେଶରେ ଆମର ଅପରାହ୍ନ ସାଢେ ୩ଟା ବେଳେ ନୂଆ ବର୍ଷ ଆସେ। ଟାଇମ ଜୋନ ଅନୁସାରେ ଏଠାରେ ସେତେବେଳେ ମଧ୍ୟ ରାତ୍ରିରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ଏକ ହୁଏ ଯେତେବେଳେ ଭାରତୀୟ ସମୟ ଅପରାହ୍ନ ୩ଟା୩୦ ମିନିଟ୍ ହୁଏ। ଏଣୁ ଏହି ଦେଶରେ ଲୋକେ ବିଶ୍ୱର ସର୍ବ ପ୍ରଥମେ ନବବର୍ଷକୁ ସ୍ୱାଗତ କରନ୍ତି। କିରିବାତୀ ଦେଶ ଟାଇମଜୋନ ଯୁଟିସି +୧୪ ରେ ଆସିଥାଏ। ଏଣୁ ଏହି ଦେଶରେ ସମୟ ବିଶ୍ୱର ସବୁଦେଶଙ୍କ ଠାରୁ ଆଗରେ ଚାଲିଥାଏ। ଏଣୁ ଭାରତୀୟଙ୍କ ଘଣ୍ଟାରେ ଅପରାହ୍ନ ୩ଟା ୩୦ ହୋଇଥିବା ବେଳେ କିରିବାତୀରେ ମଧ୍ୟ ରାତ୍ର ହୁଏ ଓ ନୂଆବର୍ଷକୁ ସ୍ୱାଗତ କରାଯାଏ।

ଏଠାରେ ସବୁଠୁ ପଛରେ ପାଳନ ହୁଏ ନୂଆ ବର୍ଷ
ଦୁନିଆରେ ଏମିତି ବି ଦେଶ ଅଛନ୍ତି ଯେଉଁମାନଙ୍କ ପାଇଁ ନୂଆ ବର୍ଷ ସବୁଠୁ ପଛରେ ଆସେ। ଏହି ଦେଶଟି ହେଉଛି ଆମେରିକାର ହାଉଲାଣ୍ଡ ଆଇଲ୍ୟାଣ୍ଡ ଓ ବେକର ଆଇଲ୍ୟାଣ୍ଡ। ଏଠାରେ ସବୁଦେଶ ନୂଆ ବର୍ଷ ସ୍ୱାଗତ କରିସାରିବା ପରେ ଲୋକେ ନୂଆବର୍ଷ ପାଳନ କରନ୍ତି। ଏହି କ୍ଷେତ୍ରଟି ୟୁଟିସି+୧୨ ଟାଇମ ଜୋନରେ ଆସୁଛି। ଏଣୁ ଏଠାରେ ସମୟ ଅନ୍ୟ ଦେଶଙ୍କ ତୁଳନାରେ ଅନେକ ପଛରେ ଚାଲିଥାଏ।

କେଉଁଦେଶରେ କେତେବେଳେ ପାଳନ ହୁଏ ନୂଆବର୍ଷ
କିରିବାତୀରେ ନୂଆ ବର୍ଷ ଭାରତୀୟ ଘଡ଼ି ଅନୁସାରେ ଅପରାହ୍ନ ୩ଟା ୩୦ ମିନିଟ୍ ରେ ଆରମ୍ଭ ହୁଏ। ଏହା ଛଡା ଭାରତୀୟ ଘଟିରେ ଅପରାହ୍ନ ୪ଟା ୩୦ ମିନିଟ୍ ବେଳେ ନ୍ୟୁଜଲ୍ୟାଣ୍ଡର ଅକଲ୍ୟାଣ୍ଡରେ ନୂଆବର୍ଷ କୁ ଧୁମଧାମରେ ସ୍ୱାଗତ କରାଯାଏ। ସେହିପରି ଭାରତୀୟ ସମୟ ୫ଟା ୩୦ ମିନିଟ୍ ରେ ଫିଜିରେ ଲୋକେ ନୂଆ ବର୍ଷକୁ ଆବାହନ କରନ୍ତି ଓ ଧୂମ ଧାମରେ ନୂଆ ବର୍ଷ ପାଳନ କରନ୍ତି। ସେହିପରି ଭାରତୀୟ ସମୟ ସନ୍ଧ୍ୟା ସାଢେ ୬ଟା୩୦ ମିନିଟରେ ଅଷ୍ଟ୍ରେଲିୟାରେ ମଧ୍ୟ ରାତ୍ର ହୁଏ ଓ ଲୋକେ ନୂଆ ବର୍ଷକୁ ସ୍ୱାଗତ କରନ୍ତି। ଅଷ୍ଟ୍ରେଲିୟାର ସିଡନୀ ହାର୍ବରରେ ଏଥି ପାଇଁ ଆତସବାଜୀ ଅନୁଷ୍ଠିତ ହୋଇଥିବା ବେଳେ ଲକ୍ଷଲକ୍ଷ ଲୋକେ ଦେଖିଛନ୍ତି। ଭାରତ ଓ ଶ୍ରୀଲଙ୍କାରେ ରାତି ୧୨ଟା ବେଳେ ନୂଆ ବର୍ଷକୁ ସ୍ୱାଗତ କରାଯାଏ।