ଭୁବନେଶ୍ବର ୧୫।୫: ଆଗକୁ ୧୩ ଦିନ ପାଇଁ ତେଲ ମହଜୁଦ ଅଛି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ରାଜ୍ୟରେ ତୈଳ ସଙ୍କଟକୁ ନେଇ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିଲା ଆଲୋଚନା

କେମିତି ସ୍ଥିତିକୁ ନିୟନ୍ତ୍ରଣ କରାଯିବ ଆଲୋଚନା ପରେ ମନ୍ତ୍ରୀ କହିଥିଲେ, ଲୋକଙ୍କ ଭିଡ଼ ଯୋଗୁଁ ୫୦ ପ୍ରତିଶତ ଚାହିଦା ବଢିଛି । ଲୋକଙ୍କୁ ନିବେଦନ ପ୍ୟାନିକ ହୁଅନ୍ତୁ ନାହିଁ । ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ । ଡଲାରରେ ସୁନା, ତୈଳ ବାହାର ଦେଶରୁ କିଣାଯାଉ ଥିବାରୁ ଡଲାର ଅଧିକ ସୁଦୃଢ ହେଉଛି । ତେଣୁ ଅର୍ଥନୀତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ତେଲ କମ୍ ବ୍ୟବହାର ପାଇଁ କହିଥିଲେ । ଏହାକୁ ନେଇ ତେଲ ଆଗକୁ ମିଳିବ ନାହିଁ ବୋଲି ଭୁଲ୍ ମେସେଜ ଯାଇଛି ।

Also Read:- ମେ’ ୩୦ରୁ ଓଡ଼ିଶାରେ SIR, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି

ସେହିଭଳି ତୈଳ କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ । ପବ୍ଲିକ ଟ୍ରାନ୍ସପୋର୍ଟକୁ ଆଗ ତେଲ ଦିଅ ବୋଲି ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।