ଭୁବନେଶ୍ବର ୧୫।୫: ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ ଏସ୍ଆଇଆର୍ । ଓଡ଼ିଶା ସମେତ ୧୬ ରାଜ୍ୟରେ ହେବ SIR । ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ୍ । ସେ କହିଛନ୍ତି, ମେ’ ୩୦ ତାରିଖରୁ ଘର ବୁଲିବେ ବିଏଲଓ । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡିଛନ୍ତି । ଯେଉଁମାନେ ଭାରତୀୟ ନାଗରିକ ନାହାନ୍ତି ସେମାନଙ୍କୁ ବାହାର କରାଯିବ ।

ରାଜ୍ୟରେ ମେ’ ୩୦ରୁ SIR ଆରମ୍ଭ କରାଯିବ :

* ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ: ୨୦.୦୫.୨୦୨୬ରୁ ୨୯.୦୫.୨୦୨୬ ପର୍ଯ୍ୟନ୍ତ

* BLO ମାନଙ୍କ ଦ୍ୱାରା ଘରେ ଘରେ ପରିଦର୍ଶନ: ୩୦.୦୫.୨୦୨୬ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ

* ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ: ୨୮.୦୬.୨୦୨୬ ସୁଦ୍ଧା

* ଖସଡା ଭୋଟର ତାଲିକା ପ୍ରକାଶ: ୦୫.୦୭.୨୦୨୬

* ଦାବି ଓ ଆପତ୍ତି ଦାଖଲ ସମୟସୀମା: ୦୫.୦୭. ୨୦୨୬ ରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ

* ନୋଟିସ୍ ପର୍ଯ୍ୟାୟ / ଦାବି ଓ ଆପତ୍ତିର ନିଷ୍ପତ୍ତି: ୦୫.୦୭. ୨୦୨୬ ରୁ ୦୨.୦୯.୨୦୨୬ ପର୍ଯ୍ୟନ୍ତ

* ଅନ୍ତିମ ଭୋଟର ତାଲିକା ପ୍ରକାଶ: ୦୬.୦୯.୨୦୨୬

Also Read: Petrol and diesel crisis: ତୈଳ ସଙ୍କଟକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ, କେମିତି ଚଳିବ ପରିବାର ?

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି । ୯୪.୬୧ ମ୍ୟାପିଂ ସରିଛି । ଏସଆଇଆର ଶେଷ ହେବା ବେଳେ ୪୫,୨୫୫ ବୁଥ୍ ହେବ । ପ୍ରତି ବୁଥ୍ରେ ୧୨୦୦ ଭୋଟର ରହିବେ । ବର୍ତ୍ତମାନ ସୁଦ୍ଧା ବୁଥ୍ ସ୍ତରୀୟ ଏଜେଣ୍ଟ ୨୭,୭୨୩ ଥିବା ବେଳେ ୩୮,୧୨୩ ଜଣ ବିଏଲଓଙ୍କୁ ନିଯୁକ୍ତି ଦିଆଯାଇଛି ।

ନୂଆ ଭୋଟର ଆଡ୍ ପାଇଁ ବ୍ଲାକ୍ ୬ ଫର୍ମ ଅଛି । ଘର ଘର ବୁଲି ଏହି ସର୍ଭେ ହେବାକୁ ଥିବାବେଳେ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡିଛନ୍ତି । ଯେଉଁମାନେ ଭାରତୀୟ ନାଗରିକ ନାହାନ୍ତି ସେମାନଙ୍କୁ ବାହାର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।