ଭୁବନେଶ୍ୱର: ଶିକ୍ଷା ବିଭାଗର ବିକଳ ଚିତ୍ର । ସ୍କୁଲରେ ତଳେ ବସି ପଢୁଛନ୍ତି ଛାତ୍ରଛାତ୍ରୀ । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର । ଡେସ୍କ ଓ ବେଞ୍ଚ୍ ନଥିବାରୁ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବାଧ୍ୟ ହୋଇ ଦରି ନ ହେଲେ ଆସନରେ ବସି ପାଠ ପଢିଛନ୍ତି ଛାତ୍ରଛାତ୍ରୀ । ଡେସ୍କ ଓ ବେଞ୍ଚ୍ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

also read...Smart phone education: ଭାରତ ସର୍ଭେ ଫର୍ ଏଡ୍‌ଟେକ୍, ୟୁଟ୍ୟୁବ୍ ସବୁଠୁ ଲୋକପ୍ରିୟ

ସେହିପରି ଏବର୍ଷ ପରୀକ୍ଷା ଦେଇନାହାନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଉଭାନ ହୋଇଗଲେ ୯୯୩୦ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫,୪୬,୮୭୬ ପିଲା ଫର୍ମ ଫିଲଅପ କରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫୩୬୯୪୬ ଛାତ୍ରଛାତ୍ରୀ । ଯାହା ୧.୮୧% ଅନୁପସ୍ଥିତ ପିଲାଙ୍କ ହାର । ଗୃହରେ ଏହି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।