ଭୁବନେଶ୍ବର ୧୯।୧୧: ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ନେଇଗଲା ଚୋର । ପାଣିରୁ ମିଳିଲା ଲୁଟ୍ ହୋଇଥିବା ଆଲମିରା ଲକର୍ ।

ବୁଧବାର ରାତିରେ ବାଲିଅନ୍ତା ଥାନା ସାଇ ବିନାୟକ ଭିଲା ନମ୍ୱର ୮ରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । ଘର ମାଲିକ କୋଲକାତାରେ ଥିବାବେଳେ ହୋଇଥିଲା ବଡ଼ ଧରଣର ଲୁଟ୍ । ଘରୋଇ ସହାୟିକା ଲୁଟ୍ ସମ୍ପର୍କରେ ଜାଣିବା ପରେ ମାଲିକଙ୍କୁ ଖବର ଦେଇଥିଲେ ।

Also Read:- ଟ୍ରେନ୍ ଚଳାଚଳରେ ‘ଅକଭାନ୍’ର ପ୍ରଭାବ ; ୩୯ ବାତିଲ, ୨୬ର ସମୟ ପରିବର୍ତ୍ତନ

ତେବେ ଏହାରି ଭିତରେ ଘର ନିକଟରୁ ମିଳିଛି ଲୁଟ୍ ହୋଇଥିବା ଲକର୍ । ଲକର୍ ଭିତରେ କିଛି ଜମି ପଟ୍ଟା ଥିବା ଦେଖିବାକୁ ମିଳିଛି । ଜଣେ ଚାଷୀ ବିଲକୁ ଯାଉଥିବା ବେଳେ ଏହି ଲକର୍ଟିକୁ ଦେଖି ପୋଲିସକୁ ଖବର ଦେଇଛନ୍ତି । ଘର ନିକଟରେ ଥିବା ଏକ ପରିତ୍ୟକ୍ତ ନାଳରୁ ଏହି ଲକର୍ ମିଳିଛି । ଲୁଟ୍ ହୋଇଥିବା ସ୍ଥାନ ଓ ଲକର୍ ମିଳିଥିବା ସ୍ଥାନରେ ସ୍ଥାନୀୟ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।