ନେପିଡାଓ: ମିଆଁମାର ସରକାର ମିଳିତ ଜାତି ସଂଘଙ୍କ ଶୀର୍ଷ ନ୍ୟାୟାଳୟ ଙ୍କ ସେହି ଐତିହାସିକ ରାୟକୁ ‘ଅନୁଚିତ’ କହି ଶୁକ୍ରବାର ଖାରଜ କରିଦେଇଛନ୍ତି, ଯେଉଁଥିରେ ଦେଶକୁ ସଂଖ୍ୟାଲଘୁ ରୋହିଙ୍ଗ୍ୟା ସମୂଦାୟର ନରସଂହାର ଦୋଷୀ କରାଯାଇଥିଲା। ରାଷ୍ଟ୍ରପତି ମିନ ଅଙ୍ଗ ହ୍ଲାଇଙ୍ଗଙ୍କ ମୁଖପାତ୍ର ଖିନ ଖିନ ସୋ କହିଛନ୍ତି ଯେ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଗୁରୁବାର ରାୟ ଦେଇଛନ୍ତି ଯେ ମିଆଁମାର ୨୦୧୭ ସୈନ୍ୟ ଅଭିଯାନ କାଳରେ ମୁସଲମାନ ସଂଖ୍ୟା ଲଘୁ ରୋହିଙ୍ଗ୍ୟା ସମୂଦାୟର ନରସଂହାର କରିଥିଲା। ମୁଖପାତ୍ର ରାଜଧାନୀ ନେପିଡାଓରେ ସାମ୍ବାଦିକଙ୍କୁ କହିଛନ୍ତି ଯେ କୋର୍ଟଙ୍କ ଏହି ରାୟରେ ସମସ୍ତ ୧୫ ଜଣ ବିଚାରପତି ସହମତ ନଥିଲେ ଓ ଏହା ସର୍ବସମ୍ମତ ନିଷ୍ପତ୍ତି ନଥିଲା।

ମୁଖପାତ୍ର କହିଛନ୍ତି ଯେ ମୋ ବିଚାରରେ ଏହି ରାୟ ଅନୁଚିତ ଅଟେ। ହେଗସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟ ପ୍ରଥମ ଥର ଏପରି ରାୟ ଦେଇଛନ୍ତି, ଯେଉଁଥିରେ କୌଣସି ଦେଶକୁ ନରସଂହାରକୁ ରୂପାୟନ କରିଥିବାର କଥା କୁହାଯାଇଛି। ତେବେ ମିଆଁମାର ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଓ କହିଛନ୍ତି ଯେ ୨୦୧୭ ମସିହାରେ ଉତ୍ତର ରଖାଇନ ପ୍ରାନ୍ତ ରେ ଚଳାଯାଇଥିବା ସୈନ୍ୟ ଅଭିଯାନ କାଳରେ କେବଳ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ମିଆଁମାରରେ ୨୦୧୭ ମସିହାରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ହଜାର ହଜାର ରୋହିଙ୍ଗ୍ୟା ପ୍ରାଣ ହରାଇଥିଲେ।

ଏହି ମାମଲା ୨୦୧୭ ମସିହାରେ ରଖାଇନ ପ୍ରୋଭିନ୍ସରେ ସେନାଦ୍ୱାରା ଚଳାଯାଇଥିବା ତଥାକଥିତ ‘ସଫେଇ ଅଭିଯାନ’ ଉପରେ କେନ୍ଦ୍ରିତ ଥିଲା। ସେତେବେଳେ ଦେଶରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଅଙ୍ଗସାନ ସୁ କିଙ୍କ ସରକାର ଥିଲା। ସେହି ସମୟରେ ସେନାରେ କମାଣ୍ଡର-ଇନ-ଚିଫ୍ ଥିବା ମିନ୍ ଆଙ୍ଗ ହ୍ଲାଇଙ୍ଗ ୨୦୨୧ରେ ସୁ କିଙ୍କ ଠାରୁ ଶାସନ ଛଡାଇ ନେଇଥିଲେ ଓ ସେବେଠାରୁ ଦେଶର ଶାସନଭାର ସମ୍ଭାଳି ଆସୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସେ ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ତେବେ ପର୍ଯ୍ୟବେକ୍ଷକ ଏହି ନିର୍ବାଚନ ନିରପେକ୍ଷ ନଥିଲା କି ସ୍ୱତନ୍ତ୍ର ନଥିଲା ବୋଲି କହିଛନ୍ତି।

ଦେଶ ଏବେ ରକ୍ତାକ୍ତ ଗୃହଯୁଦ୍ଧରେ ଫଶି ଯାଇଛି, ଯେଉଁଠି ଗଣତନ୍ତ୍ର ସମର୍ଥକ ଓ ଅନ୍ୟ ମିଲିସିୟା ସମୂହ ସେନା ବିରୋଧରେ ଲଢେଇ କରୁଛନ୍ତି। ଚରମପନ୍ଥୀ ସମୂହ ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି (ଏଆରଏସଏ) ଦ୍ୱାରା ୨୦୧୭ ମସିହାରେ ରୋହିଙ୍ଗ୍ୟା ପ୍ରୋଭିନ୍ସରେ ସରକାରୀ ଠିକଣା ଉପରେ କରିଥିବା ଆକ୍ରମଣ କାରଣରୁ ମିଆଁମାର ସେନା ଭୀଷଣ ଦମନକାରୀ କାର୍ଯ୍ୟାନୁଷ୍ଠାନ କରିଥିଲା। ତେବେ ଏଆରଏସଏ ଟେଲିଗ୍ରାମରେ ଜାରି ଏକ ବୟାନରେ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରାୟକୁ ନ୍ୟାୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛି। ପ୍ରତିଦ୍ୱନ୍ଦୀ ଚରମପନ୍ଥୀ ସମୂହ ରୋହିଙ୍ଗ୍ୟା ସୋଲିଡାରିଟି ଅର୍ଗାନାଇଜେସନ (ଆରଏସଓ) ମଧ୍ୟ ଏଇଭଳି ଏକ ବୟାନ ଜାରି କରିଛି।

ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗୁଓ ଜିୟାକୁନ ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦେଶ ମିଆଁମାରରୁ ବିସ୍ଥାପିତ ଲୋକଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ଆଗକୁ ବଢାଇବାରେ ରଚନାତ୍ମକ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ। ତେବେ ବେଜିଂକୁ ଅଧିକାର କ୍ଷେତ୍ର ଅତିକ୍ରମଣ ଓ ବ୍ୟାପକ ବ୍ୟାଖ୍ୟା ଭଳି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିଛି। ମୁଖପାତ୍ର କହିଛନ୍ତି ଯେ ଏଭଳି ତୌର ତରିକା ବିବାଦ ସମାଧାନ ପାଇଁ ସହାୟକ ନୁହେଁ ବୋଲି ଆମେ ଭାବୁଛୁ।