ଯାଜପୁର ୧୫।୧୧: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ପଞ୍ଚାୟତରେ ଦେଖାଦେଇଛି ଚୋରଙ୍କ ଆତଙ୍କ । କ୍ଷେତ୍ରପାଳ ପଞ୍ଚାୟତର ନୂଆପଡ଼ା ଓ ଗୋପାଳପୁର ଗ୍ରାମରେ ଚୋର ଘରେ ପଶି ଲୁଟିନେଲେ ଟଙ୍କା, ସୁନା ଗହଣା ସହ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ । ତେବେ ନୂଆପଡ଼ା ଗ୍ରାମର ଅନାମ ବେହେରାଙ୍କ ଘରେ ଶନିବାର ମଧ୍ୟରାତ୍ରରେ ଚୋରମାନେ ଘରର ଛାତରେ ଚଢି ସିଡ଼ି ଘର ଦେଇ ଭିତରେ ପଶିବା ସହ ଆଲମିରା ଲକ୍ ଭାଙ୍ଗି ଆଲମିରା ଭିତରେ ଥିବା ୧୩ ଭରି ସୁନା,୩ ହଳ ପାଉଜି, ଏକ ରୁପା ହାତ ବ୍ରେସଲେଟ, ୪୦ ହଜାର ଟଙ୍କାର ଘଣ୍ଟା, ମାଆର ଭତ୍ତା ଟଙ୍କା, ଛାତ ପକାଇବାକୁ ରଖିଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ ଅନ୍ୟାନ୍ୟ ଘରର ଆସବାବପତ୍ର ଚୋରି କରି ନେବା ସହ ଖୋଳ ଗୁଡିକ ଘର ଆଗରେ ପକାଇଦେଇ ପଳେଇଥିବା ଦେଖିବାକୁ ମିଳିଛି ।

Also Read:-ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ତତ୍ପରତା, ବିନା ଅନୁମତିରେ ହେଡ୍କ୍ୱାର୍ଟର ଛାଡ଼ିବା ମନା

ସେହିଭଳି ଗୋପାଳପୁର ଗ୍ରାମରେ ମଧ୍ୟ ଘରେ ପଶି ଲୁଟିନେଲେ ସୁନା ଓ ଟଙ୍କା । ଗୋପାଳପୁର ଗ୍ରାମର ନିରଞ୍ଜନ ପରିଡ଼ାଙ୍କ ଘରେ ଦୁର୍ବୃତ୍ତ ମାନେ ପଶି ପରିବାର ଲୋକଙ୍କୁ ବାହାରୁ ତାଲା ପକାଇ ଆଲାମିରା ଲକ୍ ଭାଙ୍ଗି ସୁନା ଗହଣା ସହ କିଛି ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଚୋରି କରି ନେଇଯାଇଥିବା ଅଭିଯୋଗ । ତେବେ ଉଭୟ ଧର୍ମଶାଳା ଥାନାରେ ପରିବାର ତରଫରୁ ଅଭିଯୋଗ କରାଯାଇଥିବା ପରିବାର ତରଫରୁ ସୂଚନା ମିଳିଛି । ଗୋପାଳପୁର ଗ୍ରାମର ନିରଞ୍ଜନ ପରିଡ଼ାଙ୍କ ଘରେ ପଶି ଚୋରି କରୁଥିବା ବେଳର ସିସିଟିଭି ଫୁଟେଜରେ କଏଦ ହୋଇଛି । ଯାହାର ଭିଡିଓ ଏବେ ଦେଖିବାକୁ ମିଳିଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଧର୍ମଶାଳା ପୋଲିସ ।