ଛତ୍ରପୁର: ଅର୍ଣ୍ଣବ ବାତ୍ୟା ପରେ ପରେ ଯେଉଁ ବନ୍ୟା ହୋଇଥିଲା ଗଞ୍ଜାମ ଅଧିକ କ୍ଷୟକ୍ଷତି ହୋଇଥିଲା। ପୁଣି ଆସୁଛି ଆଉ ଗୋଟେ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ସମସ୍ତ ବିଭାଗ ସତର୍କ ଓ ସଚେତନ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବୈଠକ କରି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି l

କୌଣସି ଅଧିକାରୀ ବିନା ଅନୁମତିରେ ହେଡ଼ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ ଦିଆଯାଇଛି l ସମ୍ଭାବ୍ୟ ବାତ୍ୟା ଲାଗି ସମୁଦ୍ର ଅଶାନ୍ତ ସହ ପବନର ବେଗ ଅଧିକ ରହିବ | ତେଣୁ ସୁରକ୍ଷା ଦୃଷ୍ଟିରୁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି l ୧୬ ତାରିଖ ସୁଦ୍ଧା କୂଳକୁ ଫେରିବାକୁ କୁହାଯାଇଛି। ଆସନ୍ତା ୧୭ ତାରିଖ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ମତ୍ସଜୀବୀ ମାନଙ୍କୁ ସଚେତନ କରିଛନ୍ତି ସାଗର ମିତ୍ର ମାନେl

ଏହା ସହ ନିଜ ନିଜ ଡ଼ଙ୍ଗା, ଜାଲ ଆଦିକୁ ସୁରକ୍ଷିତ ରଖିବା ନିମନ୍ତେ ସଚେତନ କରାଯାଇଛି l ସେପଟେ ସମୁଦ୍ର ଭିତରକୁ ବାରଣ ଯୋଗୁଁ ମତ୍ସଜୀବୀ ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ l ଏଣୁ ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ଲାଗି ମତ୍ସଜୀବୀ ମାନେ ଦାବି କରିଛନ୍ତି l ଗଞ୍ଜାମ ଜିଲ୍ଲା ସୋନପୁର ଠାରୁ ପ୍ରୟାଗୀ ୨୭ଟି ସାମୁଦ୍ରିକ ଗାଁ ରହିଛି। ୧୬୩୫ ଡ଼ଙ୍ଗା ଦୈନିକ ମସ୍ୟଜୀବି ମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି।