ଭୁବନେଶ୍ବର ୧୯।୧୧: ବାତ୍ୟା ମୁକାବିଲା ନେଇ ତତ୍ପର ରାଜ୍ୟ ସରକାର । ଭୂସ୍ଖଳନ ପ୍ରବଣ ଅଞ୍ଚଳ ପାଇଁ ବଡ଼ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୬ଟି ଜିଲ୍ଲାର ୯୪୧ଟି ଗାଁକୁ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଅଧିକ ଭୂସ୍ଖଳନ ତାଲିକାରେ ୨୮୫ଟି ଗାଁ ଥିବାବେଳେ ତା ଠାରୁ କମ୍ ପ୍ରଭାବ ଥିବା ୬୫୬ଟି ଗାଁ ରହିଛି ।

ସେହିପରି ରାୟଗଡ଼ାର ୧୬୯ଟି ଗାଁ ମଧ୍ୟରୁ ୬୪ଟି ଅଧିକ ସମ୍ବେଦନଶୀଳ ଓ ୧୦୫ଟି କମ୍ ସମ୍ବେଦନଶୀଳ ଗାଁ ରହିଛି । ଗଜପତି ଜିଲ୍ଲାର ୨୧୧ଟି ରହିଛି । ଏହା ମଧ୍ୟରୁ ଅଧିକ ସମ୍ବେଦନଶୀଳ ୫୩ଟି ଗାଁ ଓ ୧୫୮ଟି କମ ସମ୍ବେଦନଶୀଳ ଗାଁ ରହିଛି । କୋରାପୁଟରେ ୧୫୧ଟି ଗାଁ ଭୂସ୍ଖଳନ ପ୍ରଭାବିତ ଗାଁ ରହିଛି । ଏଥିରୁ ୪୦ଟି ଅଧିକ ସମ୍ବେଦନଶୀଳ ଓ ୧୧୧ଟି କମ୍ ସମ୍ବେଦନଶୀଳ ଗାଁ ରହିଛି ।

​​​​​​​

Also Read:- ଆକ୍ସନ୍ ମୋଡ୍‌ରେ ଜଳ ସମ୍ପଦ ବିଭାଗ, ଜଳଭଣ୍ଡାର ଓ ନଦୀବନ୍ଧରେ ସାରାରାତି ଜଗିଛନ୍ତି କର୍ମଚାରୀ

ସେହିପରି ମାଲକାନଗିରିର ୭୮ଟି ଗାଁ ରହିଛି । ଅଧିକ ସମ୍ବେଦନଶୀଳ ୪୪ଟି ଗାଁ ରହିଛି ଓ ୩୪ଟି କମ୍ ସମ୍ବେଦନଶୀଳ ଗାଁ ରହିଛି । କନ୍ଧମାଳର ୧୬୩ଟି ଗାଁ ମଧ୍ୟରୁ ଅଧିକ ସମ୍ବେଦନଶୀଳ ୨୫ଟି ଓ କମ୍ ସମ୍ବେଦନଶୀଳ ୧୩୮ଟି ଗାଁ ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ୧୬୯ଟି ଗାଁ ମଧ୍ୟରୁ ଅଧିକ ସମ୍ବେଦନଶୀଳ ୫୯ଟି ଗାଁ ଓ ୧୧୦ଟି କମ ସମ୍ବେଦନଶୀଳ ଗାଁ ରହିଛି ।