ଭୁବନେଶ୍ବର ୧୮।୧୧: ବାତ୍ୟା ‘ଅକଭାନ୍’ ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନରେ ପରିବର୍ତ୍ତନ ଦେଖାଯାଇଛି । ସ୍ଥଳଭାଗ ଛୁଇଁବା ଗତି ପଥ ବଦଳିଛି । କଳିଙ୍ଗପଟନମ୍, ଗୋପାଳପୁର ଓ ପୁରୀ ଭିତରେ ସ୍ଥଳଭାଗ ଛୁଇଁପାରେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, ବାତ୍ୟା ବଡ଼ ବିପଦ ଆଡ଼କୁ ମୁହଁଉଛି । ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ୭୦ କିଲୋମିଟର ବଦଳରେ ୯୦ କିଲୋମିଟର ବେଗରେ ପବନ ବୋହିପାରେ । ଅବପାତ ଗୋପାଳପୁର ଠାରୁ ୭୦୦, ପୁରୀ ଠାରୁ ୭୫୦ କିଲୋମିଟର ଦୂରରେ ରହିଛି । ୧୯ ତାରିଖରୁ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଗଜପତି ରେଡ୍ ଜୋନ୍‌ରେ ରହିବେ । କୋରାପୁଟ, ରାୟଗଡା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଅରେଞ୍ଜ ଜୋନ୍‌ରେ ରହିବେ । ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ୟେଲୋ ଜୋନ୍‌ରେ ରହିବେ ।

ମୁଖ୍ୟ ଶାସନ ସଚିବ ଓ SRC ଏ ଜିଲ୍ଲା ଗୁଡିକ ସହ ସମ୍ପର୍କରେ ଅଛନ୍ତି । NDRF, ଓଡ୍ରାଫ, ଅଗ୍ନିଶମ ସେସବୁ ଅଞ୍ଚଳକୁ ଗଲେଣି । ଜଗତସିଂହପୁର ଯିବେ ଯାମିନୀ ଷଡ଼ଙ୍ଗୀ, ପୁରୀ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡ଼ା ସମୀର ପ୍ରଧାନ ଓ ଗଜପତି ଯିବେ ମାନସୀ ନିମ୍ଭାଳ । ମୁଖ୍ୟ ଶାସନ ସଚିବ ବି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି ।

​​​​​​​

Also Read:- ବାତ୍ୟା ପାଇଁ ଆକ୍ସନରେ ସରକାର, ୪ ଜିଲ୍ଲା ପାଇଁ ୪ IAS ଅଧିକାରୀଙ୍କୁ ଦାୟିତ୍ୱ

ବନ୍ୟା, ବାତ୍ୟା ଆସିଲେ ସବୁ ବିଭାଗର କାମ ଥାଏ । ଜଳ ସମ୍ପଦ ବିଭାଗ ଦୁଇ ଦିନ ତଳୁ ଡ୍ୟାମ୍‌ର ଗେଟ୍ ଖୋଲି ଜଳ ନିଷ୍କାସନ କରୁଛି । ଋଷିକୂଲ୍ୟାର ପରିଚାଳନା ସେତେବେଳେ ହେବ, ଯେତେବେଳେ ଗେଟ୍ ଥିବ । ସୋରଡ଼ାରେ ଋଷିକୂଲ୍ୟା ମିଶିଛି, ଘାଇ ଗୁଡିକୁ ବାଲି ବସ୍ତା ଦେଇ ଅସ୍ଥାୟୀ ମରାମତି କରାଯାଇଛି । ଏଥର ବନ୍ୟା ଆସିଲେ, ପୁଣି ନଷ୍ଟ ହେବାର ଆଶଙ୍କା ରହିଛି । ସେଠି ସରକାରୀ ଅଧିକାରୀ ମହଜୁଦ ଅଛନ୍ତି ।

ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପାହାଡିଆ ଅଞ୍ଚଳରେ ଥିବା ଲୋକଙ୍କ ସ୍ଥାନାନ୍ତରଣ ବି ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି ।