ନୂଆଦିଲ୍ଲୀ: ଇପିଏଫଓ ବୋର୍ଡ ପିଏଫଧାରୀଙ୍କୁ ଦେଇଛନ୍ତି ବଡ଼ ଆଶ୍ଵସ୍ତି। ଏବେ ପିଏଫ ଖାତାରେ ଅତି କମରେ ୨୫ ପ୍ରତିଶତ ଟଙ୍କା ରଖିବା ଜରୁରୀ ନୁହେଁ। କେବଳ ରଖିବାକୁ ପଡ଼ିବ ୧୦ ପ୍ରତିଶତ। ଅର୍ଥାତ ଯଦି ଆପଣଙ୍କ ଖାତାରେ ୧ ଲକ୍ଷ ଟଙ୍କା ଥିଲା, ସେଥିରୁ ଆପଣ ୨୫ ହଜାର ଟଙ୍କା ଛୁଇଁ ପାରୁ ନ ଥିଲେ। କିନ୍ତୁ ଏବେ କେବଳ ୧୦ ହଜାର ଟଙ୍କା ରଖି ପାରିବେ ଏବଂ ଆବଶ୍ୟକ ପଡ଼ିଲେ ୯୦ ହଜାର ଟଙ୍କା ଉଠାଇ  ପାରିବେ।

ଏହା ସହ ଅବସର ପରେ ଟଙ୍କା ଏକ ସଙ୍ଗେ ଉଠାଇବା ପରିବର୍ତ୍ତେ ଧିରେ ଧିରେ କିସ୍ତି ହିସାବରେ ଉଠାଇବାର ସିଷ୍ଟମାଟିକ ଓ୍ଵିଥଡ୍ରଲ ପ୍ଲାନକୁ ମଧ୍ୟ ମଞ୍ଜୁରୀ ଦେଇଛି EPFO। ଏଥିରେ କଣ ହେବ, ଆପଣ ନିଜର ଆବଶ୍ୟକ ଟଙ୍କା ଉଠାଇ ବାକି ପଇସା ପିଏଫ ଖାତାରେ ରଖି ପାରିବେ ଏବଂ ଏହା ଉପରେ ଆପଣଙ୍କୁ ସୁଧ ବି ମିଳିବ।

ମୋଟ୍ ଜମାରୁ ୯୦ ପ୍ରତିଶତ ଉଠାଇ ପାରିବେ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO)ର ବୈଠକ ପରେ ଏବେ କର୍ମଚାରୀ ନିଜର ଜମା ରାଶିରୁ ୯୦ ପ୍ରତିଶତ ଟଙ୍କା କାଢି ପାରିବେ। ଏବେ କୌଣସି ବି ଜରୁରୀ ସମୟରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣ ନିଜ ଜରୁରୀ ମୁତାବକ ନିୟମ ଅନୁସାରେ ପିଏଫ ବାଲାନ୍ସରୁ ୯୦ ପ୍ରତିଶତ ଟଙ୍କା କାଢି ପାରିବେ ଏବଂ ବାକି ୧୦ ପ୍ରତିଶତ ଜମା ରହିବ।

ପେନସନକୁ ନେଇ ହେଲା ନିଷ୍ପତ୍ତି

EPFO  ଏହି ବୈଠକରେ ପେନସନକୁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଅନେକ ସଂଗଠନ ଦାବି କରିଥିଲେ ଯେ, ସର୍ବନିମ୍ନ ପେନସନକୁ ବଢାଇ ୭୫୦୦ ଟଙ୍କା କରାଯାଉ। ବର୍ତ୍ତମାନ EPS ଆଧାରରେ ସର୍ବନିମ୍ନ ମାସିକ ପେନସନ ହଜାରେ ଟଙ୍କା ମିଳୁଛି। ଏହାକୁ ବଢାଇ ୩ ହଜାର ଟଙ୍କା କରାଯିବାର ସମ୍ଭାବନା ଥିଲା। ଆଉ ଏହି ବିଷୟରେ ବୈଠକରେ ନିଷ୍ପତ୍ତି ହୋଇଛି।

ମଜୁରୀ ସୀମା ଉପରେ ନିଷ୍ପତ୍ତି

ଉଲ୍ଲେଖନୀୟ ଚଳିତ ବର୍ଷ ସେପ୍ଟେମ୍ବର ୧୬ରେ ଅନୁଷ୍ଠିତ ବୈଠକରେ ଇପିଏଫଓ ମଜୁରୀ ସୀମାକୁ ମାସିକ ୧୫ ହଜାର ଟଙ୍କା ବଢାଇ ୨୫ ହଜାର ଟଙ୍କା କରିଥିଲା। ଏଥିରେ ୫୦ ଲକ୍ଷରୁ ଏକ କୋଟି ନୂଆ ଲାଭାର୍ଥୀଙ୍କୁ ଫାଇଦା ମିଳିଥାନ୍ତା। କାରଣ ଏଥିରେ ଅଧିକାଂଶ କର୍ମଚାରୀ ବାଧ୍ୟତାମୂଳକ ସାମାଜିକ ସୁରକ୍ଷା ପରିଧିରେ ଆସିଥାନ୍ତେ।