ଭୁବନେଶ୍ବର ୧୯।୨: ଭୁବନେଶ୍ବରରୁ ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ ଯନ୍ତ୍ରଣା କମାଇବାକୁ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଏହି ରାସ୍ତାରେ ଦୀର୍ଘଦିନ ଧରି ସକାଳ ଓ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା । ବିଶେଷକରି କଟକ-ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ହୋଇପଡିଥିଲା ।

ଏ ଖବର ବି ପଢ଼ନ୍ତୁ:- ସାବରୀ ନଦୀରୁ ମିଳିଲା ବାପା-ସାନ ଝିଅଙ୍କ ମୃତଦେହ, ଗର୍ଭବତୀ ମା’ ଓ ବଡ଼ ଝିଅଙ୍କ ପତ୍ତା ମିଳୁନି

ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ । ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବା ପ୍ରସ୍ତାବ ରହିଛି । ଏହା ଫଳରେ ଯାନବାହନ ଚଳାଚଳ ଅଧିକ ସହଜ ହେବ ଓ ଟ୍ରାଫିକ୍ ଭିଡ ବହୁ ଅଂଶରେ କମିବ ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମାନିବାକୁ ପଡ଼ିବ ଚୋରର ସାହାସ ! ପୋଲିସ ବାବୁଙ୍କ ଘରୁ ଲୁଟିନେଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଉଛି । ଦେଢ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।