ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ନନ୍ଦିଶ ସିଂହ ସାନ୍ଧୁଙ୍କ ଜୀବନରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଅଭିନେତ୍ରୀ କବିତା ବାନାର୍ଜୀଙ୍କ ହାତ ଧରି ନୂଆ ଜୀବନ ଆରମ୍ଭ କରିଛନ୍ତି ନନ୍ଦିଶ। ନଭେମ୍ବର ୧୪, ଶନିବାର ଦିନ ଉଭୟଙ୍କ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିବାବେଳେ କୋଲକାତାରେ ଉଭୟଙ୍କ ବିବାହ ବଙ୍ଗୀୟ ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଛି। ଦୁଇ ଦିନ ଧରି ଚାଲିଥିଲା ଏହି ବିବାହ ଉତ୍ସବ। ନଭେମ୍ବର ୧୩ରେ ନିର୍ବନ୍ଧ ଓ ସଙ୍ଗୀତ କାର୍ଯ୍ୟକ୍ରମରୁ ଉତ୍ସବର ଆରମ୍ଭ ହୋଇଥିଲା। ଏହାପରେ ହଳଦୀ ରୀତିନୀତି ପାଳନ କରାଯାଇଥିଲା। ପରିବାର ଓ ବନ୍ଧୁମାନଙ୍କ ଗହଣରେ ଉଭୟଙ୍କ ବିବାହ ଖୁବ୍ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଥିଲା।ବ୍ୟଙ୍ଗରେ ମୁସ୍ଲିମ ସମୂଦାୟକୁ ଉଲ୍ଲେଖ କରି ଫଶିଗଲେ ସମୟ ରୈନା, ଅସନ୍ତୋଷ ବ୍ୟକ୍ତ କଲେ ମୌଲାନା

ବିବାହ ଉତ୍ସବର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଫଟୋ ଓ ଭିଡିଓଗୁଡ଼ିକୁ ଦମ୍ପତିଙ୍କ ନିକଟତର ବନ୍ଧୁ ଓ ପରିଚିତ ବ୍ୟକ୍ତିମାନେ ସେୟାର କରିଛନ୍ତି। ନନ୍ଦିଶ ଓ କବିତା ନିଜ ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିବାହ ଫଟୋ ଆଲବମ୍ ସେୟାର କରିନାହାନ୍ତି। କିନ୍ତୁ ଉଭୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ କିଛି ଫଟୋ ସେୟାର କରିଛନ୍ତି।

ALSO READ- ବ୍ୟଙ୍ଗରେ ମୁସ୍ଲିମ ସମୂଦାୟକୁ ଉଲ୍ଲେଖ କରି ଫଶିଗଲେ ସମୟ ରୈନା, ଅସନ୍ତୋଷ ବ୍ୟକ୍ତ କଲେ ମୌଲାନା

ପୂର୍ବରୁ ନନ୍ଦିଶ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇଙ୍କୁ ବିବାହ କରିଥିଲେ। ଲୋକପ୍ରିୟ ଟେଲିଭିଜନ ଧାରାବାହିକ 'ଉତ୍ତରନ୍'ରେ ଏକାଠି କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ୨୦୧୨ ଫେବ୍ରୁଆରି ୧୨ ତାରିଖରେ ରାଜସ୍ଥାନର ଧୋଲପୁରରେ ଉଭୟ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୧୪ରେ ଉଭୟ ଅଲଗା ହେବା ନେଇ ଘୋଷଣା କରିଥିବା ବେଳେ ୨୦୧୬ରେ ସେମାନଙ୍କ ଛାଡ଼ପତ୍ର ପ୍ରକ୍ରିୟା ଶେଷ ହୋଇଥିଲା। ଏବେ କବିତା ବାନାର୍ଜୀଙ୍କ ସହ ନନ୍ଦିଶଙ୍କ ନୂଆ ଜୀବନ ଆରମ୍ଭକୁ ନେଇ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।