ମୁମ୍ବାଇ : ବେଶ୍ ରୋମାଞ୍ଚକର ସ୍ଥିତିରେ ତାମିଲନାଡୁ ରାଜନୀତି। ଅଭିନେତା ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟଙ୍କ ଦଳTVK ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରୁଛି। ସଂପୂର୍ଣ୍ଣ ଫଳାଫଳକୁ ଆଉ କିଛି ସମୟ ଅପେକ୍ଷା। ଯାହା ଆଶା କରାଯାଉଛି ସଂପୂର୍ଣ୍ଣ ରେଜଲ୍ଟ ଆସିବା ପରେ ଇତିହାସ ରଚି ପାରନ୍ତି ବିଜୟ।

ଭୋଟ ଗଣତି ସମୟରେ ବିଜୟଙ୍କ ଚେନ୍ନାଇର ପାନାୟୁର ନୀଳଙ୍କରାଇ ସ୍ଥିତ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବହୁ ସଂଖ୍ୟକ ପୋଲିସ୍ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଏହି ଅଞ୍ଚଳରେ ଅବାଧ ପ୍ରବେଶକୁ ନିୟନ୍ତ୍ରଣ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ମୁତୟନ କରାଯାଇଛି ।ଏକ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୭୦ ରୁ ୮୦ କୋଟି ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି। ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ ଏକ ପ୍ରମୁଖ ଉପକୂଳବର୍ତ୍ତୀ ଅଞ୍ଚଳ। ଯାହା ଏହାର ମନୋରମ ଦୃଶ୍ୟ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆବାସିକ ସମ୍ପତ୍ତି ପାଇଁ ପ୍ରସିଦ୍ଧ। ଘରଟି ବେଳାଭୂମି କୂଳରେ ଥିବାରୁ ଏହା ବେଶ୍ ମନରୋମ ଦୃଶ୍ୟ ପ୍ରଦାନ କରେ । 

ଘରର ଡିଜାଇନ୍ ସାଧାରଣ କିନ୍ତୁ ରହିଛି ମର୍ଡର୍ଣ୍ଣ ଲୁକ୍। ବିଜୟଙ୍କ ବାସଭବନରେ ଏକ ବିଶାଳ ଗେଟ୍ ରହିଛି। ଯାହା ପ୍ରାଇଭେସିକୁ ସୁନିଶ୍ଚିତ କରେ। ଏହି ଘରେ ଅନେକ ଆବଶ୍ୟକ ଓ ବିଳାଷପୂର୍ଣ୍ଣ ସରଞ୍ଜାମ ରହିଛି। ଯେମିତି କି ବ୍ୟକ୍ତିଗତ ଜିମ୍, ସୁଇମିଂ ପୁଲ୍ ଓ ସୁନ୍ଦର ଗାର୍ଡେନ୍ ରହିଛି। ସୂର୍ଯ୍ୟ ଆଲୋକ ଘରେ ଭିତରେ ପଡ଼ିବାର ବ୍ୟବସ୍ଥା କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ଘରଟି ପାରମ୍ପରିକ ଏବଂ ଆଧୁନୀକରଣ ମିଶ୍ରଣରେ ପ୍ରସ୍ତୁତ ହୋଇଛି। ଯାହା ବିଜୟଙ୍କ ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ। ଚେନ୍ନାଇ ଘର ବ୍ୟତୀତ ତାଙ୍କର ଥିରୁଭଲ୍ଲୁରଥିରୁପୋରୁରଥିରୁମାଝିସାଇ ଏବଂ ଭାଣ୍ଡାଲୁରରେ ଅନେକ ସମ୍ପତ୍ତି ଅଛି। ଯାହାର ମୂଲ୍ୟ ୧୨ ନିୟୁତ ଆମେରିକୀୟ ଡଲାର କିମ୍ବା ୧୦୦କୋଟି ଟଙ୍କା ହେବ।

 Also Read- Thalapathy Vijay Networth: ଚଳଚ୍ଚିତ୍ରରୁ ରାଜନୀତି... ବେଶ୍ ଲୋକପ୍ରିୟ ଥାଲାପତି ବିଜୟ, ସେ କେତେ ସମ୍ପତ୍ତିର ମାଲିକ ?