ମୁମ୍ବାଇ : ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟ ଆଗରେ । ବିଜୟଙ୍କ ଦଳ ଟିଭିକେ ଇତିହାସ ରଚିବାକୁ ଯାଉଛି । ଫିଲ୍ମ ପରେ ଏବେ ରାଜନୀତି ମୈଦାନରେ ଚହଳ ସୃଷ୍ଟି କରିଛନ୍ତି ବିଜୟ ଥାଲାପତି। ଏବେ ତାଙ୍କ ବିଜୟରେ ସବୁଠି ଆରମ୍ଭ ହୋଇ ଗଲାଣି ସେଲିବ୍ରେସନ। ଏସବୁ ଭିତରେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଫ୍ୟାନ୍ସ ଓ ତାଙ୍କ ପ୍ରଶଂସକ। କିନ୍ତୁ ଆପଣ ଜାଣିଛନ୍ତି କି, ବିଜୟ କେତେ ସମ୍ପତ୍ତିର ମାଲିକ। ତାଙ୍କର ନେଟୱର୍ଥ କେତେ?

 କେତେ ସମ୍ପତ୍ତିର ମାଲିକ 

ବିଜୟ ତାଙ୍କ ନିର୍ବାଚନୀ ଶପଥପତ୍ରରେ ତାଙ୍କର ମୋଟ୍ ସମ୍ପତ୍ତି ୬୦୦ କୋଟିରୁ ଅଧିକ ବୋଲି ଘୋଷଣା କରିଥିଲେ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଶପଥପତ୍ରରେ ବିସ୍ତୃତ ଭାବରେ ବିଜୟଙ୍କ ସମ୍ପତ୍ତି ଉପରେ ନଜର ପକାଇଲେ ଜଣାପଡ଼େ ଯେ, ତାଙ୍କର ମୋଟ୍ ସମ୍ପତ୍ତି ୬୦୩.୨୦ କୋଟି। ଏଥିରେ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟର ଜମା ରାଶି ୨୧୩ କୋଟିରୁ ଅଧିକ ରହିଛି। ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କ ଶପଥପତ୍ର ଅନୁଯାୟୀ, ତାଙ୍କର ସ୍ଥାବର ସମ୍ପତ୍ତି ମୋଟ୍ ୪୦୪.୫୮କୋଟି, ଯେତେବେଳେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯୮.୬୨କୋଟି।

ତାଙ୍କ ସମ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଫିଲ୍ମରୁ ପାଉଥିବା ଆୟ। ଏହା ବ୍ୟତୀତ, ସେ ବିଭିନ୍ନ ବ୍ରାଣ୍ଡ୍ ର ଆଡ୍ ଶୁଟ୍, ରିଅଲ୍ ଇଷ୍ଟେଟ୍ ନିବେଶ ଏବଂ ଅନ୍ୟାନ୍ୟ ବିଭିନ୍ନ ନିବେଶ ମାଧ୍ୟମରେ ଯଥେଷ୍ଟ ଆୟ କରନ୍ତି। ବିଜୟଙ୍କ ନିର୍ବାଚନୀ ଶପଥପତ୍ରରେ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସମ୍ପତ୍ତି ପୃଥକ ଭାବରେ ଘୋଷଣା ହୋଇଛି। ଯାହାର ଆନୁମାନିକ ମୂଲ୍ୟ, ୧୫.୭୬କୋଟି । ଯେଉଁଥିରେ ୧୫.୫୧ କୋଟି ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୨୫ଲକ୍ଷ ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ।

 କେଉଁ କେଉଁ ଗାଡ଼ି କଲେକ୍ସନ୍ ରହିଛି

ଶପଥପତ୍ରରେ, ବିଜୟ ଘୋଷଣା କରିଛନ୍ତି ଯେ ତାଙ୍କ ପାଖରେ ଲକ୍ଷ ନଗଦ ଅଛି। ଏହା ସହିତ, ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ତାଙ୍କ ପାଖରେ ୧୫ ଲକ୍ଷ ମୂଲ୍ୟର ରୂପା ଅଳଙ୍କାର ସହିତ ୮୮୩ ଗ୍ରାମ ସୁନା ଅଳଙ୍କାର ଅଛି। ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଥାଲାପତି ବିଜୟ ବିଳାସପୂର୍ଣ୍ଣ କାରର ରଖନ୍ତି ସଉକ। ତାଙ୍କ ପାଖରେ ବିଭିନ୍ନ କଲେକ୍ସନ ରହିଛି। BMW 530, Toyota Lexus, Toyota Vellfire ଏବଂ BMW i7 ଭଳି କାର୍ ଅନ୍ତର୍ଭୁକ୍ତ।

Also Read- Why Vijay is called Thalapathy : ଫ୍ୟାନ୍ସ ବିଜୟଙ୍କୁ କାହିଁକି ଡାକନ୍ତି 'ଥାଲାପତି' ? କାହାଣୀଟି ୩୨ବର୍ଷ ପୁରୁଣା...

ଏତେ ସମ୍ପତ୍ତିର ମାଲିକ ଥାଲାପତି ବିଜୟ ଦେଶର ସର୍ବାଧିକ ଆୟକର ଦେଉଥିବା ଅଭିନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ, ସେ ତାଙ୍କ ଆୟକର ରିଟର୍ଣ୍ଣରେ ୧୮୪.୫୩ କୋଟିର ଆୟ ଭରିଥିଲେ । ଥାଲାପତି ବିଜୟଙ୍କ ଅସ୍ଥାବର ସମ୍ପତ୍ତି ବିଷୟରେ, ସେ ଚେନ୍ନାଇ ସମେତ ବିଭିନ୍ନ ସ୍ଥାନରେ ଅନେକ ବାଣିଜ୍ୟିକ ଏବଂ ଆବାସିକ ସମ୍ପତ୍ତିର ମାଲିକ। ତାଙ୍କର ଅସ୍ଥାବର ସମ୍ପତ୍ତିର ପୋର୍ଟଫୋଲିଓରେ କୋଡାଇକାନାଲରେ କୃଷି ଜମି ମଧ୍ୟ ରହିଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା।

 Also Read- Vijay-Trisha: ଅଜବ ସଂଯୋଗ; ଗର୍ଲଫ୍ରେଣ୍ଡ ତ୍ରିଶାଙ୍କ ଜନ୍ମଦିନରେ ଇତିହାସ ରଚିଲେ ଥାଲାପତି, ତାମିଲନାଡୁରେ ସେଲିବ୍ରେସନ ଡବଲ