ବେଙ୍ଗାଲୁରୁ: Tesla fourth showroom in India, ଭାରତରେ ଚତୁର୍ଥ ଶୋ’ରୁମ ଖୋଲିବ ଟେସଲା ଇଣ୍ଡିଆ । କମ୍ପାନୀ ବେଙ୍ଗାଲୁରୁରେ ଏହି ଶୋ’ରୁମ୍ ଖୋଲିବାକୁ ଘୋଷଣା କରିଛି। କମ୍ପାନୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି " ସି ୟୁ ସୁନ ଇନ ନମ୍ମା ବେଙ୍ଗାଲୁରୁ।" କମ୍ପାନୀ ଭାରତର ବଡ଼ ମାର୍କେଟ୍ ଦେଖି ଦ୍ରୁତ ଗତିରେ ବିକ୍ରି ବଢାଇବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀ, ମୁମ୍ବାଇ ଓ ଗୁରୁଗ୍ରାମ ପରେ ଏବେ ବେଙ୍ଗାଲୁରୁରେ ଶୋ’ ରୁମ ଖୋଲିବାକୁ ଘୋଷଣା କରିବା କମ୍ପାନୀର ଭାରତୀୟ ମାର୍କେଟ୍‌ ପ୍ରତି ଆଗ୍ରହକୁ ଦର୍ଶାଉଛି।

ବେଙ୍ଗାଲୁରୁରେ କେବେ ଖୋଲିବ ନୂଆ ଶୋ’ରୁମ୍?

ବେଙ୍ଗାଲୁରୁରେ କେବେ ଶୋ’ ରୁମ ଖୋଲାଯିବ ସେ ନେଇ ଯଦିଓ କମ୍ପାନୀ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନାହିଁ, ତେବେ ଦ୍ରୁତ ଗତିରେ ବଢ଼ୁଥିବା ଦକ୍ଷିଣ ଭାରତୀୟ ବଜାର ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଛି। ବେଙ୍ଗାଲୁରୁ, ଏକ ଆଇଟି ହବ୍ ହୋଇଥିବାରୁ, ଏଠାରେ ଉଚ୍ଚ-ସମ୍ପତ୍ତି-ସମ୍ପନ୍ନ ବ୍ୟକ୍ତି ଏବଂ ଇଭି-ଆଗ୍ରହୀ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଲୋକମାନେ ଟେସଲା ଶୋ’ରୁମ୍ ନେଇ ବି ବହୁତ ଉତ୍ସାହିତ ଅଛନ୍ତି। ଟେସଲା ପୋଷ୍ଟର ଉତ୍ତର ଦେଇ ଜଣେ ଏକ୍ସ ୟୁଜର ଲେଖିଛନ୍ତି " ୱେଲକମ ଟୁ ନାମ୍ମା।" ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି "ବେଙ୍ଗାଲୁରୁରେ ୱେଲ୍‌ଦି ଟେସ୍ଲା ଫେନ୍ ବେସ୍‌ ରହିଛି, ଏହା ଖୁବ୍ ଭଲ ହେବ।"

ଭାରତରେ କେଉଁ ସ୍ଥାନରେ ଅଛି ଟେସ୍‌ଲନା ଶୋ’ ରୁମ।

• ପ୍ରଥମ ଶୋ’ରୁମ୍: ମୁମ୍ବାଇର ମେକର ମ୍ୟାକ୍ସିଟି ମଲ୍ ବିକେସିରେ ଜୁଲାଇ ୨୦୨୫ରେ ପ୍ରଥମ ଶୋ ରୁମ ଖୋଲିଥିଲା।
• ଦ୍ୱିତୀୟ ଶୋ’ରୁମ୍: ଦିଲ୍ଲୀର ଏରୋସିଟିରେ ୱାର୍ଲ୍ଡମାର୍କ-୩ ରେ ୮,୨୦୦ ବର୍ଗଫୁଟର ଏକ୍ସପିରିଏନ୍ସ ସେମ୍ଟର ଅଗଷ୍ଟ ୨୦୨୫ରେ ଖୋଲିଥିଲା।
• ତୃତୀୟ ଶୋ’ରୁମ୍: ଗୁରୁଗ୍ରାମର ସୋହନା ରୋଡରେ ଏକ ବଡ଼ କେନ୍ଦ୍ର ଖୋଲିଛି, ଯେଉଁଠାରେ ବିକ୍ରି, ସର୍ଭିସ୍‌ ଏବଂ ଡିଷ୍ଟ୍ରୁବ୍ୟୁଟ୍ କରାଯଉଛି।
​​​​​​​• ଚତୁର୍ଥ ଶୋ’ରୁମ୍: ବେଙ୍ଗାଲୁରୁରେ ଚତୁର୍ଥ ଶୋ’ରୁମ୍ ଖୋଲିବାକୁ ଯାଉଛି। ଯାହା ଟେସଲାର  ଭାରତରେ ଉପସ୍ଥିତିକୁ ଆହୁରି ମଜବୁତ କରିବ।

ମଡେଲ୍ Y ଡେଲିଭରି ଏବଂ ମୂଲ୍ୟ ବିବରଣୀ

ଟେସଲା ଭାରତରେ ଏହାର ମଡେଲ ୱାଇ ଲଞ୍ଚ କରିଛି। ଯାହାର ଏକ୍ସ ଶୋ’ ରୁମ ମୂଲ୍ୟ ₹୫୯.୮୯ ଲକ୍ଷରୁ ଆରମ୍ଭ ହେଉଛି। କମ୍ପାନୀ ସେପ୍ଟେମ୍ବର ଏହାର ଡେଲିଭରି ଆରମ୍ଭ କରିବାକୁ ଯୋଜନା କରୁଛି। ତେବେ ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇ ମାର୍କେଟ୍‌କୁ ଫୋକସରେ ରଖିଛି।  ଖୁବଶୀଘ୍ର ବେଙ୍ଗାଲୁରୁ ବି ଏଥିରେ ସାମିଲ୍ ହେବ। ମଡେଲ Y ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ ହେବ। ଗୋଟିଏ RWD ଏବଂ ଲଙ୍ଗ ରେଞ୍ଜ RWD ରହିବ।

ସୁପରଚାର୍ଜିଂ ନେଟୱାର୍କର ବିସ୍ତାର

ଟେସଲା ଚାର୍ଜିଂ ଭିତ୍ତିଭୂମି ଉପରେ ମଧ୍ୟ ଧ୍ୟାନ ଦେଉଛି। ଗତ ଡିସେମ୍ବରରେ ଗୁରୁଗ୍ରାମର DLF ହରାଇଜନ୍ ସେଣ୍ଟରରେ କମ୍ପାନୀ ପ୍ରଥମ ସୁପରଚାର୍ଜର ସ୍ଥାପନ କରିଥିଲା। ଏହା ଏବେ ଦିଲ୍ଲୀ-ଏନ୍‌ସିଆର୍‌, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଚାର୍ଜିଂ ଷ୍ଟେସନ ନେଟୱାର୍କ ବିସ୍ତାର କରିବାକୁ ଯୋଜନା କରୁଛି।

ଟେସଲାର ଭାରତରେ ଏଣ୍ଟ୍ରି

ଟେସଲା ବର୍ଷ ବର୍ଷ ଧରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଆସୁଥିଲା, କିନ୍ତୁ ଆମଦାନୀ ଶୁଳ୍କ ଏବଂ କଡ଼ା ନିୟମାବଳୀ ଯୋଗୁ ଏଥିରେ ବିଳମ୍ବ ହେଉଥିଲା। ୨୦୨୫ ମସିହାରେ ସରକାର ଇଭି ନୀତିରେ କୋହଳ କରିବା ପରେ, କମ୍ପାନୀ ମୁମ୍ବାଇରେ ଶୋ ଖୋଲି ପ୍ରଥମେ ବିକ୍ରି କରିବା ଆରମ୍ଭ କରିଥିଲା। ବର୍ତ୍ତମାନ କମ୍ପାନୀ ଭାରତରେ ଦ୍ରୁତ ଗତିରେ ଶୋ’ରୁମ୍ ଏବଂ ଚାର୍ଜିଂ ଷ୍ଟେସନଗୁଡ଼ିକୁ ବିସ୍ତାର କରୁଛି। କମ୍ପାନୀର ଧ୍ୟାନ ବ୍ରାଣ୍ଡ ନିର୍ମାଣ ଏବଂ ଚାହିଦା ପରୀକ୍ଷା ଉପରେ ରହିଛି। ତେବେ ଆଗକୁ  ଭାରତରେ ଏହାର ପ୍ରଡକ୍ସନ ହେବ କି ନାହିଁ ସେ ନେଇ କମ୍ପାନୀ କୌଣସି ଘୋଷଣା କରି ନାହିଁ।