ଯାଜପୁର ୧୩।୦୪ : ଟ୍ରକକୁ ପିଟିଲା ଘରୋଇ ସ୍କୁଲ ବସ୍ । ଯାଜପୁର ନୂଆପଦା ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଘରୋଇ ସ୍କୁଲ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଜପୁର ରୋଡ ସନ୍ତରାରେ ଥିବା ହଷ୍ଟେଲକୁ ଯାଉଥିଲା । ଏହି ସମୟରେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ନୂଆପଦା ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍ ଗୁରୁତର ଆହତ ହୋଇଛନ୍ତି । ସେହିପରି ବସରେ ଥିବା ୧୫ରୁ ଅଧିକ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Also Read:-ଶୁକ୍ରବାର ଯାଏଁ କଲବଲ କରିବ ତାତି, ୪୫ ଡିଗ୍ରୀ ଡେଇଁବ ପାରଦ