ଚୌଦ୍ୱାର ୧୫।୦୯ : ମେଡିକାଲରେ ଉତ୍ତେଜନା । କଟକ ଜଗତପୁର ଠାରେ ଥିବା ଏକ ଘରୋଇ ମେଡିକାଲରେ ଦେଖାଦେଇଛି ଉତ୍ତେଜନା । ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଖବର ଅନୁଯାୟୀ, ମଙ୍ଗଳବାର ଜଗତପୁର ଠାରେ ଥିବା ଘରୋଇ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ମୃତକ ଜଗତପୁର ଭୁବନପୁର ଅଞ୍ଚଳର ବିଜୟ ପଣ୍ଡା। ସୋମବାର ବିଜୟଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ଚିକିତ୍ସା ପାଇଁ ମେଡିକାଲକୁ ପରିବାର ଲୋକେ ଆଣିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଚିକିତ୍ସା ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତର ନଥିବା ବେଳେ ମେଡିକାଲ କର୍ମଚାରୀମାନେ ଚିକିତ୍ସା କରୁଥିବା ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ।

Also Read:-ଓରାଙ୍ଗଉଟାନ୍ ସ୍ମଗଲିଂର ନୂଆ ଖୁଲାସା, ବାଂଲାଦେଶରୁ ଆସିଥିଲେ ୫ ଶାବକ !

ସେପଟେ ଉତ୍ତେଜନାକୁ ଦୃଷ୍ଟି ରଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ମଧ୍ୟ କରୁଛି ପୋଲିସ ।