ଭୁବନେଶ୍ବର ୧୪।୯: ଅପରାଧୀଙ୍କ ଆତଙ୍କରେ ସହରବାସୀ ଆତଙ୍କିତ । ରାତିରେ ଫୁଟ୍ ପାଟ୍ରୋଲିଂ ସହ ନାକା ଲଗାଉଛି ପୋଲିସ । ହେଲେ ଦିନରେ ଗୋଡ଼େଇ ଗୋଡ଼େଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଅପରାଧୀ । ଧଉଳି ନଖାଉର ଗାଁର ରଜନୀକାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ୬ଟି ଗାଡ଼ିରେ ୨୦ରୁ ଅଧିକ ଯୁବକ ଆସି ଗୋଡ଼େଇ ଗୋଡ଼େଇ ମାଡ଼ ମାରିଛନ୍ତି । ବିୟର ବୋତଲରେ ମୁଣ୍ଡକୁ ଆଘାତ କରିଛନ୍ତି ।

ତିନୋଟି ସିସିଟିଭି ଫୁଟେଜରେ ମିଳିଛି । ପ୍ରଥମ ସିସିଟିଭିରେ ସଂଘବଦ୍ଧ ଆକ୍ରମଣ ହେଉଛି, ଦ୍ବିତୀୟ ସିସିଟିଭିରେ ଦୁର୍ବୃତ୍ତମାନେ ଗୋଡ଼ାଇଛନ୍ତି ଏବଂ ତୃତୀୟ ସିସିଟିଭିରେ ତଳେ ପଡ଼ିଥିବା ରଜନୀକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ।

ଖବର ପାଇ ରଜନୀକାନ୍ତଙ୍କ ବଡଭାଇ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଧଉଳି ଥାନାରେ ପହଞ୍ଚିଥିଲେ । ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ ଧଉଳି ଥାନା ଅଧିକାରୀ । ମୁଣ୍ଡରେ ଏକାଧିକ ଷ୍ଟିଚ୍ ପଡ଼ିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ଧରା ପଡ଼ିନଥିବା ବେଳେ ରଜନୀକାନ୍ତଙ୍କ ବଡ ଭାଇ ଭୟରେ ଘରକୁ ଯାଇନାହାନ୍ତି ।

​​​​​​​

Also Read:- ପରୀକ୍ଷା ହଲ୍ ଭିତରେ ନୁହେଁ, ବାହାରେ ଥିଲା ଚୋରର ନଜର ; ମୋବାଇଲ୍ ଚୋରି ସହ କରୁଥିଲା ଫୋନ୍‌ପେ' ଟ୍ରାଞ୍ଜାକ୍ସନ୍

ଚନ୍ଦ୍ରଶେଖରପୁର, ମଞ୍ଚେଶ୍ଵର, ଲିଙ୍ଗରାଜ ଓ ଧଉଳି ଅଞ୍ଚଳରେ ଅପରାଧ ବଢ଼ୁଥିବା ବେଳେ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । କେବଳ ଡିଟେକ୍ସନ ନୁହେଁ ସ୍ଥାନୀୟ ଥାନା ଦ୍ବାରା ଗୁଇନ୍ଦା ବିଭାଗକୁ ଶାଣିତ କରିବାକୁ ଦାବି ହୋଇଛି । ଏହାସହ ଥାନାରେ ଅଧିକ ପୋଲିସ ନିୟୋଜିତ କରି ପାଟ୍ରୋଲିଂ କରିବାକୁ ବୁଦ୍ଧିଜୀବୀ ମାନେ କହିଛନ୍ତି ।

Watch Video: