ଭୁବନେଶ୍ୱର ୧୫।୦୯ : ଓରାଙ୍ଗଓଟାନ୍ ସ୍ମଗଲିଂର ନୂଆ ଖୁଲାସା । ନ୍ୟୁଜ୍ 7 ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଓଡିଶାରୁ ୫ ଓରାଙ୍ଗଓଟାନ୍ ଉଦ୍ଧାର ଘଟଣାରେ ବାଂଲାଦେଶ ଲିଙ୍କ ସାମ୍ନାକୁ ଆସିଛି । କିଭଳି ଭୋଗରାଇ ବିଚିତ୍ରପୁର ଜହ୍ଗଲରୁ ଆସିଲେ, କିଏ ଆଣିଲା, ସେ ନେଇ STF ଏବଂ WCCB ତଦନ୍ତ ଜାରି ରଖିଛନ୍ତି। ଏହା ଭିତରେ ବଡ ସୂଚନା ମିଲିଛି ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫ ଶାବକଙ୍କୁ ବାଲାଂଦେଶରୁ ଅଣାଯାଇଛି। ବାଲାଂଦେଶରେ କେହି ଜଣେ ବ୍ରିଡିଂ କରୁଥିବା ମା ଓରାଙ୍ଗଉଟାନଙ୍କୁ ରଖିଛନ୍ତି। ସେଠାରୁ ଏହି ଶାବକମାନଙ୍କୁ ଅଣାଯାଇଛି। ଜାହାଜ ଯୋଗେ ସେମାନଙ୍କୁ ଓଡିଶା ଅଣାଯାଇଥିବା ବେଳେ ଧାମରା ବାଟେ ସେମାନଙ୍କୁ ଭଦ୍ରକ ଅଣାଯାଇଥିଲା । ଭଦ୍ରକରୁ ପୁଣି କୋଲକାତା ନିଆଯାଇ ସେଠାରେ ସେମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେମାନଙ୍କୁ ବିଶାଖପାଟନମ୍ ନେବାର ପ୍ଲାନ ରହିଥିଲା। କାରଣ ବିଶାଖପାଟନମରୁ ଅନ୍ୟ ରାଜ୍ୟକୁ ନିଆଯିବାର କାର୍ଯ୍ୟକ୍ରମ ରହିଥିଲା।

Also Read:-ମଇଁଷି ଚାଲାଣ ବେଳେ ପିଛା କରି ଧରିଲା ପୋଲିସ, କଣ୍ଟେନରରୁ ୩୭ ମଇଁଷି ଉଦ୍ଧାର

ତେବେ ଏଥି ପ୍ରଶ୍ନ ଉଠୁଛି ଯେ, ସେମାନେ ସିଧାସଳଖ ଜାହାଜ ଯୋଗେ ବିଶାଖପାଟନମ୍ କାହିଁକି ନିଆଗଲା ନାହିଁ। କାରଣ ଜଳପଥରେ ଯାଇଥିଲେ ଗୋପାଳପୁର ଦେଇ ଯିବାକୁ ପଡିଥାନ୍ତା। ଯେଉଁଠି ଧରାପଡିଯିବାର ଭୟ ରହିଛି। ସେଠି ରହିଛି ଆଇଏନଏସ ଚିଲିକା। ଏଠାରେ ରହିଛି ଚେକିଂ ପଏଣ୍ଟ। ତେଣୁ ଜଳପଥକୁ ଏମାନେ ନେବା ପାଇଁ ଚିନ୍ତା ନକରି ସ୍ଥଳପଥକୁ ବାଛିଥିଲେ। ସେଥିପାଇଁ ସେମାନଙ୍କୁ କୋଲକାତାରୁ ସଡ଼କ ପଥରେ ବିଶାଖାପାଟନମ୍ ନେବାପାଇଁ ରହିଥିଲା ଯୋଜନା।

ଯୋଜନା ମୁତାବକ ସେମାନଙ୍କୁ ଥାରରେ ନିଆଯାଉଥିଲା। ମାତ୍ର ଗାଡି ଭିତରେ ଶାବକମାନେ ଏଭଳି କିଛି କାର୍ଯ୍ୟ କରିଥିଲା। ଯାହାଦ୍ବାରା ସେମାନଙ୍କୁ ନେଉଥିବା ବ୍ୟକ୍ତିମାନେ ସେମାନଙ୍କୁ ବାଲେଶ୍ବରରେ ଜଙ୍ଗଲରେ ଛାଡିଦେଇଥିଲେ। ତେବେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ସ୍ମରଲିଂ ରାକେଟ୍ କାମ କରୁଥିବା ସୁରାକ୍ ମିଳିଛି । ତେବେ STF ର ତଦନ୍ତ ପରେ ପୂରା ଘଟଣା ଉପରୁ ପରଦା ହଟିବ ।