ନୂଆଦିଲ୍ଲୀ ୧୫।୦୯; ବିମଲ ଇଲାଇଚି ପ୍ରସ୍ତୁତକାରୀ କମ୍ପାନି ପିଜି ଏଗ୍ରୋ ବା ପିବି ଏଗ୍ରୋ ଏଲଏଲପିକୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ର ଏଫଡିଏ ଦ୍ୱାରା ବଲିଉଡ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଚ୍ୟାଲେଞ୍ଜ କରି କମ୍ପାନୀ ଦାୟର କରିଥିବା ଆବେଦନକୁ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି ବିଷୟରେ ଶୁଣାଣି କରିବାର ଆଇନଗତ ଅଧିକାର କ୍ଷେତ୍ର ଦିଲ୍ଲୀ ହାଇକୋର୍ଟ ପାଖରେ ନାହିଁ। ଏହି ସମ୍ପୂର୍ଣ୍ଣ ମାମଲା ମହାରାଷ୍ଟ୍ର ଏଫଡିଏର କାର୍ଯ୍ୟାନୁଷ୍ଠାନ ସହ ଜଡ଼ିତ ଏବଂ ଘଟଣାଟି ମହାରାଷ୍ଟ୍ରରେ ଘଟିଛି।

ଇଚି ପ୍ରସ୍ତୁତକାରୀ କମ୍ପାନି ପିଜି ଏଗ୍ରୋ ବା ପିବି ଏଗ୍ରୋ ଏଲଏଲପିକୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ର ଏଫଡିଏ ଦ୍ୱାରା ବଲିଉଡ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଚ୍ୟାଲେଞ୍ଜ କରି କମ୍ପାନୀ ଦାୟର କରିଥିବା ଆବେଦନକୁ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି ବିଷୟରେ ଶୁଣାଣି କରିବାର ଆଇନଗତ ଅଧିକାର କ୍ଷେତ୍ର ଦିଲ୍ଲୀ ହାଇକୋର୍ଟ ପାଖରେ ନାହିଁ। ଏହି ସମ୍ପୂର୍ଣ୍ଣ ମାମଲା ମହାରାଷ୍ଟ୍ର ଏଫଡିଏର କାର୍ଯ୍ୟାନୁଷ୍ଠାନ ସହ ଜଡ଼ିତ ଏବଂ ଘଟଣାଟି ମହାରାଷ୍ଟ୍ରରେ ଘଟିଛି।

ତେଣୁ କମ୍ପାନୀ ଆବଶ୍ୟକ କଲେ ବମ୍ବେ ହାଇକୋର୍ଟ କିମ୍ବା ମହାରାଷ୍ଟ୍ରର କୌଣସି ସକ୍ଷମ ଅଦାଲତର ଦ୍ୱାରସ୍ଥ ହେବା ଉଚିତ। କମ୍ପାନୀର ବ୍ୟବସାୟ ଦିଲ୍ଲୀରୁ ପରିଚାଳିତ ହେଉଛି କିମ୍ବା କମ୍ପାନୀ ଦିଲ୍ଲୀରୁ ବ୍ରାଣ୍ଡ ଆମ୍ବାସାଡର ଚୟନ କରିଛି ବୋଲି ଦିଲ୍ଲୀ ହାଇକୋର୍ଟରେ ମାମଲା ଚାଲିପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ମହାରାଷ୍ଟ୍ର ଏଫଡିଏର ଅଭିଯୋଗ ଅନୁଯାୟୀ, ବିମଲ ଇଲାଚିର ବିଜ୍ଞାପନ ପ୍ରକୃତରେ ରାଜ୍ୟରେ ନିଷିଦ୍ଧ ଥିବା ବିମଲ ପାନ ମସାଲାର ପରୋକ୍ଷ ବା ସରୋଗେଟ୍ ବିଜ୍ଞାପନ ଭାବେ କାମ କରୁଛି। ଏହି ଆଧାରରେ ଏଫଡିଏ ତିନି ଜଣ ଯାକ ଅଭିନେତାଙ୍କୁ ନୋଟିସ ପଠାଇ ବିମଲ ଇଲାଚି ଏବଂ ନିଷିଦ୍ଧ ପାନ ମସାଲା ଦୁଇଟି ଭିନ୍ନ ଉତ୍ପାଦ ବୋଲି ପ୍ରମାଣପତ୍ର ଦାଖଲ କରିବାକୁ କହିଥିଲା। ଏହାସହ ଏହି ବିଜ୍ଞାପନ ପ୍ରଚାର ବନ୍ଦ କରିବା ଏବଂ ଡିଜିଟାଲ ପ୍ଲାଟଫର୍ମରୁ ଏସବୁ ସାମଗ୍ରୀ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପଟେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଅଗଷ୍ଟ ୧୧ରେ ଜାରି ହୋଇଥିବା ନୋଟିସ କେବଳ ଅଭିନେତାମାନଙ୍କୁ ଦିଆଯାଇଥିଲା, କମ୍ପାନୀକୁ ନୁହେଁ। ହେଲେ ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ କମ୍ପାନୀର ବ୍ୟବସାୟ ପ୍ରଭାବିତ ହେଉଥିବାରୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସରୋଗେଟ୍ ବିଜ୍ଞାପନର ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ କମ୍ପାନୀ କହିଥିଲା ଯେ ମହାରାଷ୍ଟ୍ରରେ ୨୦୦୧ ମସିହାରୁ ବିମଲ ପାନ ମସାଲାର ଉତ୍ପାଦନ କିମ୍ବା ବିକ୍ରି ହେଉନାହିଁ ଏବଂ ସୁପ୍ରିମକୋର୍ଟ ମଧ୍ୟ ତମାଖୁଯୁକ୍ତ ପାନ ମସାଲା ଉପରେ ପୂର୍ବରୁ କଟକଣା ଲଗାଇସାରିଛନ୍ତି। କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ମଧ୍ୟ କୋର୍ଟରେ କହିଥିଲେ ଯେ ନୋଟିସ ଜାରି କରିଥିବା ମହାରାଷ୍ଟ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ପକ୍ଷକାର ଭାବେ ଉପସ୍ଥିତ ନାହାନ୍ତି, ତେଣୁ କମ୍ପାନୀ ବମ୍ବେ ହାଇକୋର୍ଟରେ ଆବେଦନ କରିବା ଉଚିତ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କେବଳ ଅଧିକାର କ୍ଷେତ୍ର ଉପରେ ଆଧାରିତ ଏବଂ ଏହା ଦ୍ୱାରା ବିଜ୍ଞାପନର ବୈଧତା ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ହୋଇନାହିଁ।।