ବାପ୍ପା ଆସିଲେ... ଆଉ ଆଣ୍ଟିଲିଆ ପାଲଟିଗଲା ଷ୍ଟାରମାନଙ୍କ ମିଳନସ୍ଥଳୀ। ଗଣେଶ ଚତୁର୍ଥୀରେ ଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଛି ଦେଶ। ମୁମ୍ବାଇରେ ନୀତା ଅମ୍ବାନୀଙ୍କ ଆଣ୍ଟିଲିଆରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାପ୍ପାଙ୍କ ଆଗମନ। ଆଉ ଏହି ଭବ୍ୟ ଗଣେଶୋତ୍ସବରେ ଗୋଟିଏ ପରେ ଗୋଟିଏ ଷ୍ଟାରଙ୍କ ଆଗମନ ଲଗାଇଛି ଚାରଚାନ୍ଦ। ନୀତା ଅମ୍ବାନୀଙ୍କ ଆମନ୍ତ୍ରଣରେ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ ଅନେକ ନାମୀଦାମୀ ଚେହେରା। କିଏ ପାରମ୍ପରିକ ଲୁକରେ ଚମକିଲେ, ତ ଆଉ କିଏ ନିଜ ଷ୍ଟାଇଲିଶ୍ ଅନ୍ଦାଜରେ ଚୋରାଇଲେ ଲାଇମଲାଇଟ୍।

ଗଣେଶ ଚତୁର୍ଥୀ ଅବସରରେ ନୀତା ଅମ୍ବାନୀଙ୍କ ଆଣ୍ଟିଲିଆରେ ଆୟୋଜିତ ହୋଇଥିଲା ଭବ୍ୟ ଗଣେଶୋତ୍ସବ। ଅତିଥିମାନଙ୍କୁ ନିଜେ ସ୍ୱାଗତ କରିଥିଲେ ନୀତା ଅମ୍ବାନୀ। କମଳା-ଗୋଲାପୀ ଶାଢ଼ୀରେ ତାଙ୍କ ଲୁକ୍ ଥିଲା ଖୁବ୍ ଆକର୍ଷଣୀୟ।

ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ ଏକତା କପୁର ଓ ଜିତେନ୍ଦ୍ର। ସଞ୍ଜୟ ଦତ୍ତ ଧଳା କୁର୍ତ୍ତା-ପାଇଜାମାରେ ଦେଲେ ଷ୍ଟାଇଲିଶ୍ ଏଣ୍ଟ୍ରି।

କୁମାର ବିଶ୍ୱାସଙ୍କ ପାରମ୍ପରିକ ଲୁକ୍ ମଧ୍ୟ ରହିଥିଲା ଚର୍ଚ୍ଚାରେ। ଆଉ ପତ୍ନୀଙ୍କ ସହ ଜ୍ୟାକି ଶ୍ରଫ୍ଙ୍କ ଏଣ୍ଟ୍ରି ମଧ୍ୟ ଥିଲା ନିଆରା।

ଆଣ୍ଟିଲିଆରେ ଯେତେବେଳେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଳ ପହଞ୍ଚିଲେ, ସେତେବେଳେ ସମସ୍ତଙ୍କ ନଜର ଥିଲା ଏହି ଲୟାଲ କପଲ ଉପରେ ।

ଅଲିଭ୍ ଗ୍ରୀନ୍ ସୁଟ୍ରେ କ୍ୟାଟ୍ରିନା ଲାଗୁଥିଲେ ଖୁବ୍ ଗ୍ଲାମରସ୍। ଭିକିଙ୍କ କୁର୍ତ୍ତା-ପାଇଜାମା ଲୁକ୍ ମଧ୍ୟ ଥିଲା ଚର୍ଚ୍ଚାରେ।

କରୀନା କପୁର ଖାନ୍ ପରିବାର ସହ ପହଞ୍ଚିଥିବା ବେଳେ ତୈମୁର ଓ ଜେହଙ୍କ କ୍ୟୁଟ୍ ମୁମେଣ୍ଟ ମଧ୍ୟ ଫ୍ୟାନ୍ଙ୍କ ନଜର ଟାଣିଥିଲା।

ଲାଲ୍ ଶାଢ଼ୀରେ ଖୁସି କପୁର ଏବଂ ମଲ୍ଟିକଲର୍ ଲେହେଙ୍ଗାରେ ଜାହ୍ନବୀ କପୁର। ଦୁଇ ଭଉଣୀଙ୍କ ଗ୍ଲାମରସ୍ ଲୁକ୍ ମଧ୍ୟ ରହିଥିଲା ଚର୍ଚ୍ଚାରେ।

କାଜୋଲ ମଧ୍ୟ ଝିଅ ନ୍ୟାସା ଓ ପୁଅ ଯୁଗଙ୍କ ସହ ବାପ୍ପାଙ୍କ ଦର୍ଶନ କରିଥିଲେ।

ଏତିକି ହଁ ନୁହେଁ ଆଲିଆ-ରଣବୀରଙ୍କ ଷ୍ଟାଇଲିସ୍‌ ଲୁକ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

କେବଳ ବଲିଉଡ୍ ନୁହେଁ, ଆଣ୍ଟିଲିଆର ଗଣେଶୋତ୍ସବରେ ନଜର ଆସିଥିଲେ କ୍ରୀଡ଼ା ଜଗତର ଷ୍ଟାର୍ମାନେ ମଧ୍ୟ।ହରଭଜନ ସିଂହ ପତ୍ନୀ ଗୀତା ବାସରାଙ୍କ ସହ ପହଞ୍ଚିଥିଲେ।

ସେହିପରି ସଚିନ୍ ତେନ୍ଦୁଲକରଙ୍କ ପରିବାର ମଧ୍ୟ ବାପ୍ପାଙ୍କ ଦର୍ଶନ କରିଥିଲେ। ସାରା ତେନ୍ଦୁଲକର ଓ ତାଙ୍କ ଭାଉଜ ସାନିଆଙ୍କ ବଣ୍ଡିଂ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

ସବୁଠୁ ଲୋକପ୍ରିୟ ଯୋଡି ଜେନେଲିଆ ଡି’ସୁଜା-ରିତେଶ ଦେଶମୁଖ ମଧ୍ୟ ଆକର୍ଷଣୀୟ ଲୁକରେ ପହଞ୍ଚିଥିଲେ ।

ଏତିକି ହିଁ ନୁହେଁ ରେଖା ତାଙ୍କ ଗ୍ଲାମରସ ଲୁକ୍ ସହ ରୟାଲ ଗେଟଅପରେ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲେ ।

ଶେରଶାହ ଯୋଡି କିଆରା ଆଡଭାନୀ-ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ପହଞ୍ଚିଥିଲେ ।

ସଲମାନ ଖାନ୍ ତାଙ୍କ ବ୍ଲୁ ଜିନ୍ସରେ ସହ କାଜୁଆଲ ଲୁକ୍ରେ ନଜର ଆସିଥିଲେ ।

କ୍ରିତି ସାନନ୍ ଏବଂ ମାଧୁରୀ ଦୀକ୍ଷିତ-ଡକ୍ଟର ନେନେଙ୍କ ଭଳି ଅନେକ ଚେହେରା ବାପ୍ପାଙ୍କ ଦର୍ଶନ ପାଇଁ ଆଣ୍ଟିଲିଆରେ ପହଞ୍ଚିଥିଲେ।

ବାପ୍ପାଙ୍କ ଆଶୀର୍ବାଦ ପାଇଁ ଗୋଟିଏ ଛାତ ତଳେ ଏକାଠି ହେଲେ ବଲିଉଡ୍ ଓ କ୍ରୀଡ଼ା ଜଗତର ତାରକା। ଆଣ୍ଟିଲିଆର ଏହି ଷ୍ଟାର୍ଷ୍ଟଡେଡ୍ ଗଣେଶୋତ୍ସବ ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ର।