ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ହେବ ବଡ଼ ହଲଚଲ୍ । ଓଡ଼ିଶା କଂଗ୍ରେସକୁ ସଞ୍ଜିବନୀ ଦେବା ପାଇଁ ଏବେ ଦଳ ଆପଣାଇବାକୁ ଯାଉଛି 'କର୍ଣ୍ଣାଟକ ମଡେଲ' ।ଏଥିପାଇଁ ବେଙ୍ଗାଲୁରୁ ଗସ୍ତ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଭେଟିଛନ୍ତି ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ହାଇପ୍ରୋଫାଇଲ୍ ବୈଠକ ପରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି । ଓଡ଼ିଶାରେ ସଂଗଠନକୁ ମଜବୁତ କରିବା ସହ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ଦୁଇ ନେତାଙ୍କ ମଧ୍ୟରେ ବଡ଼ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହାସହ କର୍ଣ୍ଣାଟକ ମଡେଲରେ ଓଡିଶା କଂଗ୍ରେସକୁ ଆଗ୍ରେସିଭ୍ ଢଙ୍ଗରେ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜାନୁଆରୀ ମାସରେ ଓଡିଶା ଆସିବେ ଡି.କେ ଶିବକୁମାର ।

କର୍ଣ୍ଣାଟକ ମଡେଲରେ ଆଗକୁ ବଢିବ ଓଡିଶା କଂଗ୍ରେସ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଭେଟିଲେ ଓଡିଶା ପିସିସି ସଭାପତି ଭକ୍ତ ଦାସ । ଓଡିଶା କଂଗ୍ରେସକୁ ଚଳଚଞ୍ଚଳ କରିବାକୁ ଭକ୍ତ ଓ ଡିକେ ଶିବକୁମାରଙ୍କ ଭିତରେ ମନ୍ତ୍ରଣା । :ଓଡ଼ିଶା କଂଗ୍ରେସରେ ନୂଆ ଜୋଶ୍ ଭରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବେଙ୍ଗାଳୁରୁରେ କର୍ଣ୍ଣାଟକ କଂଗ୍ରେସର 'ସଙ୍କଟମୋଚକ' ତଥା ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସ ମୁଖ୍ୟ । କର୍ଣ୍ଣାଟକରେ କଂଗ୍ରେସ ଯେଉଁ ରଣନୀତି ଆପଣାଇ ସଫଳତା ପାଇଛି, ସେହି ସମାନ ଫର୍ମୁଲା ବା 'କର୍ଣ୍ଣାଟକ ମଡେଲ' ଏବେ ଓଡ଼ିଶାରେ ଲାଗୁ କରିବାକୁ ଚିନ୍ତା କରୁଛି ଦଳ ।

Also Read: MMDR ପ୍ରସଙ୍ଗରେ ବିଜେଡିର ବଡ଼ ଘୋଷଣା, ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ ହେବ...

ସେହି ଅନୁସାରେ ତୃଣମୂଳ ସ୍ତରରୁ ନେଟୱାର୍କ କରିବା ସହ ବ୍ୟକ୍ତିଗତ ସ୍ତରରେ ଯୋଗାଯୋଗ ରଖିବା ଏବଂ ଗ୍ରାମାଞ୍ଚଳ ବହୁଳ ବିଧାନସଭା କ୍ଷେତ୍ରକୁ ଫୋକସ କରାଯିବ । ଏହାସହ ବିଭିନ୍ନ ସଂପ୍ରଦାୟ ସହ ଯୋଗାଯୋଗକରି ସେମାନଙ୍କ ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଯୋଜନା ହେବ । ଏହାସହ ଆଗ୍ରେସିଭ୍ ଢଙ୍ଗରେ କିଭଳି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବାକୁ ହେବ ସେନେଇ ଦୁଇ ନେତାଙ୍କ ଭିତରେ ହୋଇଛି ଆଲୋଚନା । ଏହାସହ ବିଭିନ୍ନ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଓ ସୁରକ୍ଷା ନେଇ କଂଗ୍ରେସ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରିବାକୁ ନିସ୍ପତ୍ତି ହୋଇଛି । ।

 

ସୂଚନା ଅନୁସାରେ, ଆସନ୍ତା ଜାନୁଆରୀ ମାସରେ ଓଡ଼ିଶା ଗସ୍ତରେ ଆସିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର । ଓଡ଼ିଶା ଆସି ସେ ସଂଗଠନ ପରିଚାଳନା ଏବଂ ତୃଣମୂଳ ସ୍ତରରେ ଦଳକୁ କିଭଳି ସୁଦୃଢ଼ କରିବାକୁ ହେବ ମନ୍ତ୍ର ଦେବେ । କର୍ଣ୍ଣାଟକରେ କଂଗ୍ରେସର ବିଜୟ ପଛରେ ଡି.କେ. ଶିବକୁମାରଙ୍କ ସାଂଗଠନିକ କୌଶଳ ବଡ଼ ଭୂମିକା ଗ୍ରହଣ କରିଥିଲା । ଠିକ୍ ସେହିଢଙ୍ଗରେ ଓଡ଼ିଶାରେ ମଧ୍ୟ ଶାସକ ବିଜେପି ଏବଂ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସ ଏହି ମଡେଲ୍କୁ ଆଗକୁ ନେଇ କାମ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

Also Read: ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ପଞ୍ଚାୟତ ନିର୍ବାଚନ, ପୁଣି ଥରେ ମୋଦୀ ବ୍ରାଣ୍ଡର ନେବ ସାହାରା

ଗତ ୨୦୦୦ ମସିହା ପରଠାରୁ କଂଗ୍ରେସ କ୍ଷମତାକୁ କମ୍ ବ୍ୟାକ୍ କରିପାରୁନି । ଓଡ଼ିଶାରେ ନିଜର ହୃତ ଗୌରବ ଫେରାଇ ଆଣିବାକୁ ବ୍ୟାକୁଳ ଥିବା କଂଗ୍ରେସ ପାଇଁ ଏହି ଭେଟଘାଟ ନୂଆ ଆଶା ସଞ୍ଚାର କରିଛି। କର୍ଣ୍ଣାଟକର ଏହି ସଫଳ ରାଜନୈତିକ ମଡେଲ ଓଡ଼ିଶା ମାଟିରେ କଂଗ୍ରେସକୁ କେତେଦୂର ସଫଳତା ଦେଉଛି ତାହା ଦେଖିବାକୁ ପଡିବ ।