ନୂଆଦିଲ୍ଲୀ: ଟେଲିକମ୍ ଉପଭୋକ୍ତାଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ ପଡ଼ିପାରେ । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣର ୩୦ ଦିନିଆ ରିଚାର୍ଜ ବିକଳ୍ପ ଦେବା ପାଇଁ ଟେଲିକମ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା । ଏହାକୁ ଲାଗୁ ମଧ୍ୟ କରାଯାଇଛି । କିନ୍ତୁ ମୋବାଇଲ୍ ୟୁଜର୍ ଆଉ ଏକ ଶୁଳ୍କ ବୃଦ୍ଧିର ସାମ୍ନା କରିପାରନ୍ତି ।

'ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ୍ ରିସର୍ଚ୍ଚ'ର ଏକ ରିପୋର୍ଟକୁ ଉଲ୍ଲେଖ କରି ଏଏନଆଇ ନିଜ ରିପୋର୍ଟରେ ଦାବି କରିଛି ଯେ ଆଗାମୀ ୪ ରୁ ୫ ମାସ ମଧ୍ୟରେ ଟେଲିକମ୍ ଶିଳ୍ପରେ ଆଉ ୧୨ରୁ ୧୫% ପର୍ଯ୍ୟନ୍ତ ଟାରିଫ୍ ବୃଦ୍ଧି ଦେଖିବାକୁ ମିଳିପାରେ । ରିପୋର୍ଟରେ ଉଲ୍ଲେଖ କରାଯାଇଛି, "କେବଳ ୩+୧ ପ୍ରମୁଖ ସେବା ପ୍ରଦାନକାରୀ ଥିବାରୁ ମୂଲ୍ୟ ନିର୍ଦ୍ଧାରଣ ପରିବେଶ ଅଧିକ ଅନୁକୂଳ ହୋଇଛି । ଆଗାମୀ ୪ରୁ ୫ ମାସ ମଧ୍ୟରେ ଆଉ ୧୨-୧୫% ଶୁଳ୍କ ବୃଦ୍ଧି ଆଶା କରାଯାଉଛି ।"

Also Read:ଏବେ ଲୋନ୍ ମହଙ୍ଗା : ସାଢେ ତିନି ବର୍ଷ ପରେ ବଢିଲା ରେପୋ ରେଟ୍

ଏହି ଶୁଳ୍କ ବୃଦ୍ଧି କେବଳ ଏକ ବ୍ରୋକରେଜ୍ ପୂର୍ବାନୁମାନ । ଟେଲିକମ୍ କମ୍ପାନିଗୁଡ଼ିକ ସେମାନଙ୍କ ମୋବାଇଲ୍ ପ୍ଲାନ୍‌ରେ କୌଣସି ପରିବର୍ତ୍ତନ ନେଇ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । ଯଦି ସେଣ୍ଟ୍ରମର ଆଶା ଅନୁସାରେ କମ୍ପାନିଗୁଡ଼ିକ ବ୍ୟାପକ ଭାବେ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକମାନେ ବିଭିନ୍ନ ପ୍ଲାନ୍ ବର୍ଗରେ ଅଧିକ ବିଲର ସାମ୍ନା କରିପାରନ୍ତି ।