ନୂଆଦିଲ୍ଲୀ, ୦୭/୧୦: ବଢିଲା ରେପୋ ରେଟ୍ । ଏବେ ମହଙ୍ଗା ହେବ ଲୋନ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତିନିଦିନିଆ ମୌଦ୍ରିକ ନୀତି ସମିତିର ବୈଠକ ପରେ ନୂଆ ରୋପୋ ରେଟ୍ ବାବଦରେ ଘୋଷଣା କରିଛନ୍ତି । ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁସାରେ, ଆରବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯାଇଛି । ଏଥିରେ୨୫ବେସିସ୍ ପଏଣ୍ଟର ବୃଦ୍ଧି ଘଟିଛି । ଏବେ ରେପୋ ରେଟ୍୫.୫୦ପ୍ରତିଶତ ହୋଇଛି । ପୂର୍ବରୁ ଗତ ସାଢେ ତିନି ବର୍ଷ ଧରି ଏହା୫.୨୫ବେସିସ୍ ପଏଣ୍ଟ ରହିଥିଲା । ତେବେ ଆରବିଆଇର ଏହି ନିଷ୍ପତ୍ତି କାର୍ ଲୋନ୍, ହୋମଲୋନ୍ ଏବଂ ଅନ୍ୟ ଲୋନ୍ ନେଉଥିବା ଗ୍ରାହକଙ୍କୁ ଝଟକା ଦେବ ।

ଆରବିଆଇ ଗଭର୍ଣ୍ଣର ପଶ୍ଚିମ ଏସିଆରେ ଘଟୁଥିବା ଉତ୍ତେଜନାକୁ ନେଇ ନିଜ ସମ୍ବୋଧନ ଆରମ୍ଭ କରିଥିଲେ । ସେ ବିଶ୍ୱ ସ୍ତରରେ ଦରଦାମ୍ ବୃଦ୍ଧି, ଇନ୍ଧନମୂଲ୍ୟ ବୃଦ୍ଧି, ଖାଦ୍ୟପେୟ ଖର୍ଚ୍ଚ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଏହାସହ ସେ ରେପୋ ରେଟ୍ ବୃଦ୍ଧି ନେଇ ସୂଚନା ଦେଇଥିଲେ ।

Also Read :- ଅନ୍ତର୍ଜାତୀୟ କ୍ୟାରିଅରରେ 'ଦି ଏଣ୍ଡ୍' : କାନ୍ଦି କାନ୍ଦି ବିଦାୟ ନେଲେ ଆର୍ଜେଣ୍ଟିନା ଷ୍ଟାର୍ ଲିଓନେଲ୍ ମେସି

୨୦୨୬ରେ ଏହା ରିଜର୍ଭ ବ୍ୟାଙ୍କର ଚତୁର୍ଥ ଏମପିସି ବୈଠକ ଅଟେ । ଏହାପୂର୍ବରୁ ଏପ୍ରିଲ, ଜୁନ ଏବଂ ଅଗଷ୍ଟରେ ବୈଠକ ବସିଥିଲା । ଏଥିରେ ରୋପୋ ରେଟକୁ ପୂର୍ବପରି୫.୨୫ବେସିସ୍ ପଏଣ୍ଟରେ ସ୍ଥିର ରଖାଯାଇଥିଲା । କିନ୍ତୁ ଚତୁର୍ଥ ବୈଠକରେ ସୁଦ୍ଧା ହାର ବଢିବା ନେଇ ଅର୍ଥନୈତିକ ବିଷାରଦମାନେ ଆଶଙ୍କା କରୁଥିଲେ । ଯାହା ଏବେ ବାସ୍ତବତାର ରୂପ ନେଇଛି ।