ଭୁବନେଶ୍ୱର ୦୫।୦୪ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ବିଳମ୍ବିତ ରାତିରେ ଭୁବନେଶ୍ୱରରେ ହଣାକଟା । ଘରକୁ ଫେରୁଥିବା ବେଳେ ଗାଙ୍ଗୁରାମ ମିଠା ମିସ୍ତ୍ରୀକୁ ସଂଘବଦ୍ଧ ହୋଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ ।

ଖବର ଅନୁଯାୟୀ, କାମ ସାରି ଘରକୁ ଫେରୁଥିଲେ ଗାଙ୍ଗୁରାମ ଦୋକାନର ମିଠା ମିସ୍ତ୍ରୀ । ଠିକ୍ ଏହି ସମୟରେ ୟୁନିଟ-୪ ଏମ୍ଏଲ୍ଏ କଲୋନୀ ନିକଟରେ କିଛି ଦୁର୍ବୃତ୍ତ ଆସି ମିଠା ମିସ୍ତ୍ରୀଙ୍କୁ ଅଟକାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ହୋଇଥିଲା । ବଚସା ଏତେ ଜୋରରେ ହୋଇଥିଲା ଯେ, ଦୁର୍ବୃତ୍ତମାନେ ଖଣ୍ଡାରେ ମିଠା ମିସ୍ତ୍ରୀଙ୍କୁ ହାଣିଥିଲେ । ୪ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଗୁରୁତର ହୋଇଥିଲେ ମିଠା ମିସ୍ତ୍ରୀ ବୁଦ୍ଧଦେବ ଭୂୟାଁ ।

Also Read:-ଭୂକମ୍ପରେ ଥରିଲା କୋରାପୁଟ ଜିଲ୍ଲା, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୪

ସେପଟେ ଖଣ୍ଡା ଚୋଟରେ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଥିଲେ ଦୁଦ୍ଧଦେବ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଏବଂ ପୋଲିସ ବୁଦ୍ଧଦେବଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ କିଏ ଓ କାହିଁକି ବୁଦ୍ଧଦେବକୁ ଆକ୍ରମଣ କରିଲେ । ସେନେଇ ଖାରବେଳନଗର ଥାନା ପୋଲିସ ତଦନ୍ତ ଜାରି ରଖିଛି । ଏହାସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ନେଇ ମଧ୍ୟ ଛାନ୍ଭିନ୍ କରୁଛି ।

Watch Video:-