ଅହମ୍ମଦାବାଦ, ୦୯ /୦୩: ବିଶ୍ୱବିଜେତା ହୋଇଛି ଭାରତ । ଟି୨୦ ବିଶ୍ୱକପରେ ଇତିହାସ ରଚିଛି । ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ଏକ ତରଫା ଭାବେ ହରାଇ ଚାମ୍ପିଅନ୍ ହୋଇଛି । ତେବେ ଭାରତ ଜିତିବା ପରେ କ୍ୟାମେରାର ନଜରରେ ଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ ବହୁତ ଭାବବିହ୍ୱଳ ହୋଇଯାଇଥିଲେ । ଯାହା କ୍ୟାମେରାରେ କଏଦ ହୋଇଛି ।

ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଟପ୍ ଅର୍ଡରର ସବୁ ବ୍ୟାଟର ଦମଦାର୍ ବ୍ୟାଟିଂ କରିଥିଲେ । ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଦ୍ରୁତ ଆରମ୍ଭ କରିଥିଲେ । ଏହାପରେ ଇଶାନ କିଷନ ରନ୍ ବର୍ଷା କରିଥିଲେ । ଫଳରେ ଭାରତ ୨୫୫ ରନର ବିଶାଳ ସ୍କୋର କରିଥିଲା ଟିମ୍। ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୧୫୯ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଜସପ୍ରିତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇ କିଓ୍ୱି ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଭାରତ ମ୍ୟାଚ୍ ଜିତିଲା ପରେ ସୂର୍ଯ୍ୟ ଖୁବ୍ ଖୁସି ହୋଇଯାଇଥିଲେ । ଏହାସହ ଖୁବ୍ ଭାବପ୍ରବଣ ଜଣାପଡୁଥିଲେ । ସେ ପିଚର ମାଟିହୁ ହାତରେ ଧରିଥିଲେ । ଏହାକୁ ନିଜ ମୁହଁ ଏବଂ କପାଳରେ ବୋଳିଥିଲେ । ଏହା ସହ ସେ ପିଚ୍ ପ୍ରତି ସମ୍ମାନ ଜଣାଇଥିଲେ ଯେଉଁଠି ଭାରତ ଚାମ୍ପିଅନ୍ ହୋଇଛି ।

ସଞ୍ଜୁଙ୍କୁ ବଡ କଥା

ମ୍ୟାଚ୍ ପରେ ସଞ୍ଜୁ କହିଛନ୍ତି ଯେ, ଏହି ବିଜୟ ଖୁବ୍ ଖୁସି ଦେଇଛି । ସେ ଲଗାତାର ଭାବେ ସଚିନ ତେନ୍ଦୁଲକରଙ୍କଗ ସହ ସଂସ୍ପର୍ଶରେ ରହୁଥିଲେ । ତାଙ୍କୁ ମ୍ୟାଚ୍ ରେ ପ୍ଲେଆର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ମିଳିଛି । ଗତ ତିନୋଟି ମୁକାବିଲାରେ ସେ ହାଫ୍ ସେଞ୍ଚୁରୀ ହାସଲ କରିଛନ୍ତି । ଫଳରେ ଭାରତ ୨୫୦ରୁ ଅଧିକ ରନ୍ ସ୍କୋର କରିବାରେ ସକ୍ଷମ ହୋଇପାରିଥିଲା ।