କରଞ୍ଜିଆ ୧୯।୧୦: ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ୧୨ତମ ବିଶ୍ୱ ଯୋଗାସନ ପ୍ରତିଯୋଗିତା-୨୦୨୭ ପାଇଁ ସଂଗୀତ ଯୋଗ ବିଭାଗରେ ଭାରତର ପ୍ରତିନିଧିତ୍ୱ କରିବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନବମ ଶ୍ରେଣୀର ଛାତ୍ର ତଥା ଯଶିପୁର NAC ୫ ନମ୍ବର ୱାର୍ଡ ମାହାର୍ଦ୍ଦାପଳସାର ସୁରଜ ମହାନ୍ତ ଏବଂ ତାଙ୍କ ଗ୍ରୁପ ।

ଗତ ଆକ୍ଟୋବର ମାସ ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ମଣିପୁରର ଇମ୍ଫାଲ ଠାରେ ଥିବା ଖୁମାନ ଲମ୍ପକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ୩୮ତମ ଜାତୀୟ ଯୋଗାସନ ପ୍ରତିଯୋଗିତା ୨୦୨୬ରେ ଅଂଶଗ୍ରହଣ କହିଥିଲେ । ସଂଗୀତ ଯୋଗ ପ୍ରତିଯୋଗିତାରେ ସୁରଜ ମହାନ୍ତ ଏବଂ ତାଙ୍କ ଗ୍ରୁପ ଦ୍ଵିତୀୟ ସ୍ଥାନ ଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି ।

Also Read:- ଦଶହରା ଛୁଟିରେ ଘରକୁ ଫେରୁଥିଲେ ଯୁବ ପୋଲିସ କର୍ମଚାରୀ, ଟ୍ରେନ୍‌ରେ ଅସୁସ୍ଥ ପରେ ମୃତ୍ୟୁ

ଏବେ ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ୧୨ ତମ ବିଶ୍ୱ ଯୋଗାସନ ପ୍ରତିଯୋଗିତା-୨୦୨୭ ପାଇଁ ସଂଗୀତ ଯୋଗ ବିଭାଗରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହେଇଛନ୍ତି ।