ମେଷ- ଆତ୍ମବିଶ୍ୱାସ ବଢ଼ିବ ଏବଂ କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି। ଧନ ସମ୍ପର୍କିତ ନିଷ୍ପତ୍ତିରେ ସାବଧାନ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଭଲ।

ବୃଷ- ପରିବାରରେ ଆପଣଙ୍କ ଗୁରୁତ୍ୱ ବଢ଼ିବ ଏବଂ ନିଜ ଲୋକଙ୍କଠାରୁ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଲାଭର ଭଲ ସୁଯୋଗ ରହିବ। ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ପାଇଁ ରାସ୍ତା ମିଳିପାରେ। ନିଜ ଯୋଜନାକୁ ଗୁପ୍ତ ରଖି ଆଗକୁ ବଢ଼ିବା ଭଲ।

ମିଥୁନ- ଯୋଗାଯୋଗ ଓ ଆଲୋଚନା ମାଧ୍ୟମରେ ଭଲ ଲାଭ ମିଳିପାରେ। ଭାଇଭଉଣୀ କିମ୍ବା ନିକଟ ସମ୍ପର୍କୀୟଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ କିମ୍ବା ନୂଆ ସୁଯୋଗ ଆସିପାରେ। ଚାକିରିରେ ନିଜ କାମକୁ ନେଇ ପ୍ରଶଂସା ମିଳିପାରେ। ଘରୋଇ ବିଷୟରେ ଅଧିକ ଚିନ୍ତା ନକରି ଶାନ୍ତ ରୁହନ୍ତୁ।

କର୍କଟ- ଧନ ସମ୍ପର୍କିତ କାର୍ଯ୍ୟରେ ଗତି ଆସିପାରେ ଏବଂ ଅଟକିଥିବା ଟଙ୍କା ପାଇଁ ଭଲ ଖବର ମିଳିପାରେ। ବ୍ୟବସାୟରେ ନୂଆ ଡିଲ୍ କିମ୍ବା ଗ୍ରାହକ ମିଳିବାର ସମ୍ଭାବନା ରହିବ। ପରିବାରରେ କିଛି ମତଭେଦ ହେଲେ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ। ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ଯୋଜନା ପାଇଁ ଦିନଟି ଭଲ।

ସିଂହ- ଆତ୍ମବିଶ୍ୱାସ ଓ ପ୍ରଭାବ ବଢ଼ିବ। ନିଜ କାମରେ ନେତୃତ୍ୱ ନେବାର ସୁଯୋଗ ମିଳିପାରେ। ଚାକିରି ଓ ବ୍ୟବସାୟରେ ନିଜ ପକ୍ଷକୁ ମଜବୁତ କରିପାରିବେ। ପରେ ଧନ ଓ ପରିବାର ସମ୍ପର୍କିତ ବିଷୟ ଅଧିକ ଗୁରୁତ୍ୱ ପାଇବ। ଆୟ ବଢ଼ାଇବାର ସୁଯୋଗ ମିଳିପାରେ, କିନ୍ତୁ କଥାବାର୍ତ୍ତାରେ ଅହଙ୍କାର ରଖନ୍ତୁ ନାହିଁ।

କନ୍ୟା- ଦିନଟି ଆପଣଙ୍କ ପାଇଁ ନିଜ କାମ ଓ ଯୋଜନାକୁ ନୂଆ ଭାବରେ ଆରମ୍ଭ କରିବାର ସୁଯୋଗ ଦେବ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ବ୍ୟବସାୟରେ ହିସାବକିତାବ ଠିକ୍ ରଖିଲେ ଲାଭ ମିଳିବ। ନୂଆ ନିଷ୍ପତ୍ତି ନେବାରେ ନିଜ ବୁଦ୍ଧିକୁ ପ୍ରାଥମିକତା ଦିଅନ୍ତୁ। ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ରୁଟିନ୍ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ତୁଳା- ଅନାବଶ୍ୟକ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ, ତେଣୁ ଆର୍ଥିକ ନିଷ୍ପତ୍ତିରେ ସାବଧାନ ରୁହନ୍ତୁ। ଦୂର ସ୍ଥାନ କିମ୍ବା ବିଦେଶ ସମ୍ପର୍କିତ କାମରେ ଗତି ଆସିପାରେ। ପୁରୁଣା କୌଣସି କାମ ପୁଣି ଆରମ୍ଭ ହୋଇପାରେ। ମାନସିକ ଶାନ୍ତି ପାଇଁ ଅଧିକ ଚିନ୍ତା କରିବା ଛାଡ଼ନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିପାରେ।

ବିଛା- ମିତ୍ର ଓ ପରିଚିତଙ୍କ ମାଧ୍ୟମରେ ଭଲ ସୁଯୋଗ ମିଳିପାରେ। ଆୟ ବଢ଼ାଇବା ପାଇଁ ନୂଆ ରାସ୍ତା ଖୋଲିବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିଲେ ମଧ୍ୟ ତାହା ଭବିଷ୍ୟତରେ ଲାଭ ଦେବ। ପ୍ରେମ ସମ୍ପର୍କରେ ଅଧିକ ସନ୍ଦେହ କରନ୍ତୁ ନାହିଁ।

ଧନୁ- କର୍ମକ୍ଷେତ୍ରରେ ପ୍ରଭାବ ଓ ପ୍ରତିଷ୍ଠା ବଢ଼ିପାରେ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ଅର୍ଡର କିମ୍ବା ଡିଲ୍ ମିଳିବାର ଯୋଗ ରହିଛି। ଆୟ ଓ ଲାଭରେ ଉନ୍ନତି ହୋଇପାରେ। ମିତ୍ରଙ୍କ ସହଯୋଗରେ ଅଟକିଥିବା କାମ ସମାଧାନ ହେବ।

ମକର- ଭାଗ୍ୟର ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ଦୂରଯାତ୍ରା କିମ୍ବା ବାହାର ସ୍ଥାନ ସହିତ ଜଡ଼ିତ କାମରେ ଲାଭ ହୋଇପାରେ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ବ୍ୟବସାୟରେ ନୂଆ ସୁଯୋଗ ଆସିଲେ ଭଲଭାବେ ଯାଞ୍ଚ କରି ନିଷ୍ପତ୍ତି ନିଅନ୍ତୁ। ଗୁରୁଜନଙ୍କ ପରାମର୍ଶ ଉପକାରୀ ହେବ।

କୁମ୍ଭ- ଅଟକିଥିବା ଧନ କିମ୍ବା ଆର୍ଥିକ ବିଷୟରେ କିଛି ଗତି ଆସିପାରେ। ଋଣ ଓ ଧନ ନେଣଦେଣରେ ସତର୍କ ରହନ୍ତୁ। ଭାଗ୍ୟର ସହଯୋଗରେ ନୂଆ ଯୋଜନା କରିପାରିବେ। ଯାତ୍ରା କିମ୍ବା ଦୂରସ୍ଥ ସ୍ଥାନ ସମ୍ପର୍କିତ କାମରେ ସଫଳତା ମିଳିପାରେ। ଗୁରୁଜନଙ୍କଠାରୁ ଭଲ ପରାମର୍ଶ ମିଳିବ।

ମୀନ- ବ୍ୟବସାୟିକ ସହଭାଗିତା ଓ ସମ୍ପର୍କରେ ଭଲ ପରିବର୍ତ୍ତନ ଆସିପାରେ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ଧନ ସମ୍ପର୍କିତ କିଛି ଅଟକା କାମ ନେଇ ଚିନ୍ତା ହୋଇପାରେ। ଋଣ କିମ୍ବା ଅନ୍ୟର ଟଙ୍କା ସମ୍ପର୍କରେ ସାବଧାନ ରୁହନ୍ତୁ। ପ୍ରେମ ଓ ପାରିବାରିକ ସମ୍ପର୍କରେ ଖୋଲା ମନରେ କଥା ହେବା ଭଲ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682