ନୂଆଦିଲ୍ଲୀ, ୧୯/୧୦:ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ସୋମବାର ହସ୍ପିଟାଲରୁ ଡିସଚାର୍ଜ ହେବେ । କିଛି ଦିନ ପୂର୍ବରୁ ତାଙ୍କ ଛାତିରେ ସଂକ୍ରମଣ ହୋଇଥିଲା । ଏହାପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ରିପୋର୍ଟ ଅନୁସାରେ, ଗତ ଅକ୍ଟୋବର୧୬ତାରିଖରେ ଆଡଭାନୀଙ୍କ ଛାତିରେ ସଂକ୍ରମଣ ହୋଇ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନ୍ୟୁରୋଲୋଜିର ବରିଷ୍ଠ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ଏବେ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତାଙ୍କୁ କିଛି ସମୟରେ ଡିସଚାର୍ଜ କରାଯିବ ।

Also Read :- ବର୍ଷକୁ ମାତ୍ର ୪ ଦିନ.. ଦଶହରା ପୂର୍ବରୁ କଣାସରେ ନିଆରା ପରମ୍ପରା, ୧୬ ଗାଁ ପରିକ୍ରମା କରୁଛନ୍ତି ମା’ କୁଞ୍ଜେଶ୍ୱରୀ

ଆଡବାନୀ ହସ୍ପିଟାଲରେଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବାସଭବନରେ ସାକ୍ଷାତ କରିଥିଲେ । ମୋଦୀ ସରକାର ପ୍ରମୁଖ ଭାବେ୨୫ବର୍ଷ ପୂର୍ତ୍ତି ଅବସରରେ ଆଡଭାନୀଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ । ଦେଶରେ ପ୍ରଗତିରେ ଆଡଭାନୀଙ୍କ ପ୍ରମୁଖ ଭୂମିକାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।