ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛନ୍ତି।

ବୁଧବାର ମାମଲାରେ ଶୁଣାଣି ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ସମନ ପାଇଁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ୨୦୧୫ ଆଦେଶକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ସିବିଆଇର କ୍ଲୋଜର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ଏବଂ ତାଙ୍କ ବିରୋଧରେ ସ୍ୱତଃ ଯାଞ୍ଚ କରିବାର କୌଣସି ଯଥାର୍ଥତା ନାହିଁ। ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜୟମାଲା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ସିବିଆଇର କ୍ଲୋଜର ରିପୋର୍ଟକୁ ଗ୍ରହଣ କରିଥିଲେ। ଏଥିରେ ମନମୋନହନଙ୍କୁ କ୍ଲିନଚିଟ ଦିଆଯାଇଥିଲା। କୋର୍ଟ ଏହି ମାମଲକୁ ଶେଷ କରିଦେଇଛନ୍ତି।

ମନମୋହନ ସିଂହଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ଆସିଲା ଫୈସଲା

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ମନମୋହନ ସିଂହଙ୍କ ମୃତ୍ୟୁର ଦେଢ଼ ବର୍ଷରୁ ଅଧିକ ସମୟ ବିତିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତାଙ୍କର ମୃତ୍ୟୁ ୨୬ ଡିସେମ୍ବର ୨୦୨୪ରେ ହୋଇଥିଲା। ମନମୋହନ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ କପିଲ ସିବଲ ଏନେଇ ପୂର୍ବରୁ କହିସାରିଥିଲେ। ମନମୋହନଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟକୁ ରଦ୍ଦ କରିଦିଯାଇଛି ବୋଲି ଏକ ସାମାନ୍ୟ ଆଦେଶ ଶୁଣାଣି ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ସମାଧାନ କରାଯାଇପାରିବ ବୋଲି ଶିବଲ କହିଥିଲେ।

Also Read- ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଝଟକା : ଡାକିଛନ୍ତି କୋର୍ଟ୍, ଉପସ୍ଥିତ ନ ରହିଲେ ବଡ଼ ଆକ୍ସନ୍ !

୧ ଏପ୍ରିଲ୍ ୨୦୨୫ରେ, ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜାରି ସମନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ସେହି ସମୟରେ, କପିଲ ଶିବଲ ଯୁକ୍ତି ଦେଇଥିଲେ ଯେ ସ୍କ୍ରିନିଂ କମିଟିର ସୁପାରିଶ ବିରୁଦ୍ଧରେ ହିଣ୍ଡାଲକୋକୁ କୋଇଲା ବ୍ଲକ ଆବଣ୍ଟନରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ କିଛି ବେଆଇନ ନଥିଲା। ଶିବଲ କହିଥିଲେ, "ଏହା ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି। ଏଥିରେ କ'ଣ ବେଆଇନ? ଖଣି ଆବଣ୍ଟନ ବେଆଇନ ନୁହେଁ, କିମ୍ବା ଏହାକୁ ଏକ ଘରୋଇ ପକ୍ଷକୁ ଦେବା ମଧ୍ୟ ବେଆଇନ ନୁହେଁ। ଏପରି କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ସେମାନେ ସ୍କ୍ରିନିଂ କମିଟିର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଏକ ଘରୋଇ ପକ୍ଷକୁ ଏକ କୋଇଲା ବ୍ଲକ ଆବଣ୍ଟନ କରିଥିଲେ। ଏଥିରେ କିଛି ବେଆଇନ ନାହିଁ।"

ସୁପ୍ରିମକୋର୍ଟ ବନ୍ଦ କଲେ ମାମଲା

କୋର୍ଟକୁ କୁହାଯାଇଥିଲା ଯେ ସିବିଆଇ ଏହି ମାମଲାରେ ଦୁଇଟି କ୍ଲୋଜର ରିପୋର୍ଟ ଦାଖଲ କରିବା ସତ୍ତ୍ୱେ ସ୍ୱତନ୍ତ୍ର କୋର୍ଟ ସିଂହଙ୍କୁ ସମନ ଜାରି କରିଥିଲେ। ଏହାପରେ, ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଥିଲେ। ବୁଧବାର ସିଂହଙ୍କ ଆବେଦନ ଗ୍ରହଣ କରାଯାଇଥିଲା ଏବଂ ମାମଲା ବନ୍ଦ କରାଯାଇଥିଲା।