ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ସ୍ଥିତିରେ ପରିବର୍ତ୍ତନକୁ ବହୁତ ଖାସ ମନେ କରାଯାଏ। ସବୁ ଗ୍ରହ ଏକ ନିଶ୍ଚିତ ଅନ୍ତରାଳରେ ରାଶି ପରିବର୍ତ୍ତନ କରନ୍ତି। ଏହାର ସିଧା ପ୍ରଭାବ ଦେଶ ଦୁନିଆ ଓ ଜାତକଙ୍କ ରାଶି ଉପରେ ପଡିଥାଏ। ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟ ଖୁବ ଶୀଘ୍ର ତାଙ୍କ ନିଜ ରାଶି ସିଂହକୁ ପ୍ରବେଶ କରିବାକୁ ଯାଉଛନ୍ତି। ଜ୍ୟୋତିଷୀୟ ଭାଷାରେ ସିଂହ ସଂକ୍ରାନ୍ତିକୁ ସୂର୍ଯ୍ୟ ଗୋଚର କୁହାଯଏ। ସୂର୍ଯ୍ୟ ନିଜ ରାଶିକୁ ପ୍ରବେଶ କରିବା କିଛି ରାଶି ଜାତକଙ୍କ ନିମନ୍ତେ ବରଦାନ ହୋଇ ପାରେ। ଏହି ଗୋଚର ଯୋଗୁ କେତେକ ଜାତକଙ୍କ ଅଟକି ରହିଥିବା କାମ ପୂରଣ ହେବା ସାଙ୍ଗକୁ ମାନ ସମ୍ମାନରେ ବୃଦ୍ଧି ହେବ। ତେବେ ଆସନ୍ତୁ ଜାଣିବା ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସୂର୍ଯ୍ୟଙ୍କ ଗୋଚର କେଉଁ ରାଶିଙ୍କ ଲାଗି ଭାଗ୍ୟଶାଳୀ ହେବ।

କେଉଁ ୪ ରାଶିଙ୍କ ଆରମ୍ଭ ହେବ ଭଲଦିନ?
ବୈଦିକ ଜ୍ୟୋତିଷ ଅନୁସାରେ ଯେତେବେଳେ ସୂର୍ଯ୍ୟ ନିଜ ରାଶି (ସିଂହ)ରେ ସଞ୍ଚରଣ କରନ୍ତି ସେତେବେଳେ ତାଙ୍କ ତେଜ ଓ ପ୍ରଭାବ ଅନେକଗୁଣା ବଢି ଯାଏ। ଏହାର ଲାଭ ମୁଖ୍ୟ ରୂପେ ନିମ୍ନ ବର୍ଣ୍ଣିତ ରାଶି ଜାତକଙ୍କୁ ମିଳିବ।

ସିଂହ ରାଶି
ସୂର୍ଯ୍ୟଙ୍କ ଏହି ଗୋଚର ସିଂହ ରାଶିରେ ହେଉଛି। ଏଣୁ ଏହାର ସବୁଠୁ ଅଧିକ ଓ ସକରାତ୍ମକ ପ୍ରଭାବ ସିଂହରାଶି ଜାତକଙ୍କ ଉପରେ ପଡିବ। ଏହି ସମୟରେ ସିଂହ ରାଶି ଜାତକଙ୍କ ଆତ୍ମବଳ ଓ ନେତୃତ୍ୱ ନେବା କ୍ଷମତା ବୃଦ୍ଧି ହେବ। ଚାକିରୀଜୀବୀଙ୍କ ଜାତକରେ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତୀ ଅଥବା ବଡ଼ ଦାୟିତ୍ୱ ମିଳିପାରେ। ମାନ, ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟୀ ବର୍ଗର ଲୋକଙ୍କ ଲାଗି ଏହି ସମୟ ନୂଆ ବ୍ୟବସାୟ କରିବା ଓ ମୋଟା ରକମର ଲାଭ ଆୟର ସମୟ।

ମେଷ ରାଶି
ମେଷ ରାଶି ଜାତକଙ୍କ ଲାଗି ଏହି ସମୟ ଆର୍ଥିକ ମାମଲାରେ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଦୀର୍ଘ ସମୟରୁ ଆପଣଙ୍କ ପଇସା କେଉଁଠି ଫଶି ରହିଛି ତେବେ ଏହି ସମୟରେ ଏହା ଆପଣଙ୍କୁ ମିଳିଯିବାର ପୁରା ସମ୍ଭାବନା ରହିଛି। ସନ୍ତାନ ପକ୍ଷରୁ ସୁଖଦ ଖବର ମିଳିପାରେ। ସେହିପରି ପ୍ରତିଯୋଗୀତା ପରୀକ୍ଷା ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟଟି ସଫଳତା ଦାୟକ ହୋଇପାରେ।

ବୃଶ୍ଚିକ ରାଶି
ବୃଶ୍ଚିକ ରାଶି ଜାତକଙ୍କ ଲାଗି ସୂର୍ଯ୍ୟଙ୍କ ଏହି ଗୋଚର କ୍ୟାରିୟର ଓ ବ୍ୟବସାୟ ଲାଗି ନୂଆ ଦ୍ୱାର ଖୋଲିବ। ଚାକିରୀରେ ଟ୍ରାନ୍ସଫର ଓ ଇଛା କରୁଥିବା ସ୍ଥାନରେ ପୋଷ୍ଟିଂ ଆଶା ପୁରଣ ହେବ। ଯେଉଁମାନେ ବ୍ୟବସାୟ ସମ୍ପ୍ରସାରଣ ଲାଗି ବିଚାର କରୁଛନ୍ତି ସେମାନଙ୍କ ଲାଗି ଏହି ସମୟ ଅତ୍ୟନ୍ତ ଅନୁକୂଳ। ସେହିପରି ପିତା ଓ ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ବିଶେଷ ଲାଭ ମିଳିପାରେ। ଏଣୁ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ।

ଧନୁରାଶି
ସୂର୍ଯ୍ୟଙ୍କ ଏହି ଗୋଚର ଧନୁରାଶି ଜାତକଙ୍କୁ ସେମାନଙ୍କ ଭାଗ୍ୟର ସହଯୋଗ ମିଳିବାରେ ସହାୟକ ହେବ। ଦୀର୍ଘ ସମୟରୁ ଅଟକି ରହିଥିବା ସରକାରୀ ଅଥବା କୋର୍ଟ କାମ ସହଜରେ ହୋଇଯିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କ ଋଚି ବଢିବ। ପରିବାର ସହିତ କୌଣସି ତୀର୍ଥ ସ୍ଥଳକୁ ଯିବାର ଯୋଗ ହୋଇ ପାରେ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ ଓ ବିରୋଧୀ ପରାସ୍ତ ହେବେ।

କିପରି କରିବା ସୂର୍ଯ୍ୟଙ୍କୁ ବଳବାନ
କୁଣ୍ଡଳିରେ ସୂର୍ଯ୍ୟଙ୍କ ସ୍ଥିତି ମଜଭୁତ ହେଲେ ବ୍ୟକ୍ତିଙ୍କୁ ଯଶ, ମାନ, ବୈଭବ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ। ଯଦି ଆପଣ ସୂର୍ଯ୍ୟଙ୍କ ଆଶିର୍ବାଦ ପାଇବାକୁ ଚାହୁଁଥାନ୍ତି ଏହି ସରଳ ଉପାୟ କରି ପାରନ୍ତି। ଏଥିରେ ସବୁଦିନ ସକାଳେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏହି ଅର୍ଘ୍ୟ ଦେବା ସମୟରେ ‘ଓଁ ସୂର୍ଯ୍ୟାୟ ନମଃ’ ଜପ କରନ୍ତୁ। ଏହା ଛଡା ରବିବାର ଦିନ ଅଥବା ସବୁଦିନ ସକାଳେ ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ପାଠ କଲେ ଆତ୍ମ ବିଶ୍ୱାସ ବଢିବ ଓ କ୍ୟାରିୟରେ ଆସୁଥିବା ବାଧା ଦୂର ହେବ।