ବାଲେଶ୍ୱର ୩୦।୯: ବାଲେଶ୍ୱର ସହରର ବ୍ୟସ୍ତବହୁଳ ନୂଆସାହି ଛକ ନିକଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ସ୍ଥାନୀୟ ହିରୋ ପ୍ରିମିୟମ୍ ବାଇକ୍ ଶୋ’ରୁମ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ଦେଖୁ ଦେଖୁ ନିଆଁର ଶିଖା ପୂରା ଶୋ’ରୁମ୍‌କୁ କବଳିତ କରିନେଇଥିଲା, ଯାହା ଫଳରେ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ଦାମୀ ବାଇକ୍, ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପାଉଁଶ ହୋଇଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶୋ’ରୁମ୍ ଭିତରୁ ପ୍ରଥମେ ପ୍ରବଳ ଧୂଆଁ ବାହାରିବା ସହ କିଛି ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Also Read:- ସାମାନ୍ୟ କମିଛି ବନ୍ୟାଜଳ, କମିନି ବିପନ୍ନଙ୍କ ଦୁର୍ଦ୍ଦଶା ; ୨୦୦ ପରିବାର ପ୍ରଭାବିତ

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି । ତେବେ ନିଆଁ କେଉଁ କାରଣରୁ ଲାଗିଲା— ସର୍ଟ ସର୍କିଟ୍ ନା ଅନ୍ୟ କୌଣସି କାରଣ ରହିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Watch Video:​​​​​​​