କଣ୍ଟାବାଞ୍ଜି: ବେଆଇନ ଭାବରେ ଢାବାରେ ଗଚ୍ଛିତ ରଖିଯାଇଥିଲା ବିଦେଶୀ ମଦ । ଚଢ଼ାଉ କରି ଜବତ କଲା ଅବକାରୀ ବିଭାଗ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଏଭଳି ଏକ ରେଡ୍ କରି ଜବତ କରିଛି ବିପୁଳ ପରିମାଣର ବିଦେଶୀ ମଦ ।

ସୂଚନା ଅନୁସାରେ, ବଲାଙ୍ଗୀର ଅବକାରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ କୌଣସି ସୂତ୍ରରୁ ଏହି ମଦ ଗଚ୍ଛିତ ନେଇ ଖବର ପାଇଥିଲା ଟିମ୍ । ଗଁରେଇ ଗାଁର ମୋହନ ନାଗ ନାମକ ବ୍ୟକ୍ତି ବେଆଇନ ଭାବରେ ଢାବାରେ ବିଦେଶୀ ମଦ ରଖିଥିଲେ । ତେବେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ମୋହନଙ୍କୁ ଗିରଫ କରିଛି।

Also Read: ଓଡ଼ିଶାରୁ ବିହାର ଯାଏଁ ଲମ୍ବିଛି ସାଇବର ଠକେଇର ଜାଲ, ଦୁଇ ଜଣ ଠକଙ୍କୁ ବାନ୍ଧିଲା ପୋଲିସ