ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଦବଦବାକୁ ଆହୁରି ସୁଦୃଢ଼ କରି, ରିଲାଏନ୍ସ ଜିଓ ଅଗଷ୍ଟ ୨୦୨୬ରେ ରାଜ୍ୟରେ ଯୋଡ଼ି ହୋଇଥିବା ନୂଆ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତ ଗ୍ରାହକଙ୍କୁ ନିଜ ନେଟୱାର୍କରେ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ଅଗଷ୍ଟ ୨୦୨୬ରେ ରାଜ୍ୟରେ ସର୍ବାଧିକ ୧ ଲକ୍ଷ ୬୦ ହଜାର ନୂଆ ମୋବାଇଲ୍ ଗ୍ରାହକ ଏବଂ ୧୪,୮୦୦ରୁ ଅଧିକ ନୂଆ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି।

ଅଗଷ୍ଟ ମାସରେ ଓଡ଼ିଶାରେ ଯୋଡ଼ି ହୋଇଥିବା ନୂଆ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି, ଯାହା ଏହାକୁ ରାଜ୍ୟର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀରେ ପରିଣତ କରିଛି। ଏହା ସହିତ, ଜିଓ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏକ ନମ୍ବର ସେବା ପ୍ରଦାନକାରୀ ଭାବେ ଓଡ଼ିଶାରେ ନିଜର ଦୃଢ଼ ସ୍ଥିତିକୁ ଆହୁରି ମଜବୁତ କରିଛି। ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୮୪ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଜିଓ ରାଜ୍ୟରେ ୪ ଲକ୍ଷ ୩୬ ହଜାରରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ଏବଂ ଏଫଡବ୍ଲୁଏ ସେବାରେ ୮୨ ପ୍ରତିଶତ ଗ୍ରାହକ ବଜାର ଅଂଶ ସହିତ ଫିକ୍ଡ୍ ୱାୟାରଲେସ୍ ଆକ୍ସେସ୍ ସେବାରେ ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଅଗଷ୍ଟ ମାସରେ, ଜିଓ ରାଜ୍ୟରେ ୧୪,୮୦୦ରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିବା ସହିତ ଅଗଷ୍ଟ ୩୧, ୨୦୨୬ ସୁଦ୍ଧା ଓଡ଼ିଶାରେ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୮ ଲକ୍ଷ ୨୧ ହଜାରରୁ ଅଧିକ ହୋଇଛି।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ, ଜିଓ ପାଖରେ ଏବେ ସର୍ବାଧିକ ୧ କୋଟି ୮୬ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ, ୩ ଲକ୍ଷ ୮୪ ହଜାର ଜିଓଫାଇବର ଗ୍ରାହକ ଏବଂ ୪ ଲକ୍ଷ ୩୬ ହଜାରରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ଓ ହଜାର ହଜାର ଛୋଟ ବଡ ସହରରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ତ୍ୱରାନ୍ୱିତ କରି, ଜିଓ ଲୋକଙ୍କ ଘରପାଖରେ ହାଇ-ସ୍ପିଡ଼ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।

ଟ୍ରାଇର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦୨୬ରେ ଜାତୀୟ ସ୍ତରରେ ଜିଓ ୨୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୫ ଲକ୍ଷ ୬୬ ହଜାରରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ୫ଜି ଫିକ୍ଡ୍ ୱାୟାରଲେସ୍ ଆକ୍ସେସ୍ କ୍ଷେତ୍ରରେ ୯୪ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହିତ ଜିଓ ମଧ୍ୟ ଅଗ୍ରଣୀ ରହିଛି ଏବଂ ଦେଶରେ ୟୁବିଆର ଫିକ୍ଡ୍-ୱାୟାରଲେସ୍ ସେବା ପ୍ରଦାନ କରୁଥିବା ଏକମାତ୍ର କମ୍ପାନୀ ଭାବରେ ନିଜର ଦୃଢ଼ ସ୍ଥିତି ବଜାୟ ରଖିଛି।

ଅତ୍ୟାଧୁନିକ ଜ୍ଞାନକୌଶଳ, ସୁଦୃଢ଼ ଭିତ୍ତିଭୂମି, ଗ୍ରାହକ-କେନ୍ଦ୍ରିକ ନୀତି ଏବଂ ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ସହିତ, ଜିଓ ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡିଜିଟାଲ୍ ରୂପାନ୍ତରଣ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଜାରି ରଖିଛି।