ଜଗତସିଂହପୁର ୩୦।୯: ମହାନଦୀରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିବା ବେଳେ ବିପନ୍ନ ମାନଙ୍କର ଦୁର୍ଦ୍ଦଶା କମିନାହିଁ । ତିନି ଦିନ ହେଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ୍‌ର ୬ଟିରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇରହିଛି ।

କୋଟକଣା, ମଣିଜଙ୍ଗା, ତିର୍ତ୍ତୋଲ ଆଦିବାସୀ ସାହି ଓ ହରିପୁର ଗାଁ ବନ୍ୟା ଘେରରେ ରହିଛି । କୋଟକଣା ଆଦିବାସୀ ସାହି ରାସ୍ତା ଉପରେ ୨ ଫୁଟର ବନ୍ୟା ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମଣିଜଙ୍ଗା ଗୋପାଳ ସାହି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ୨୦୦ ପରିବାର ପ୍ରଭାବିତ ହୋଇଥିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି ।

Also Read:- ସୋରରେ ବନ୍ଦ ପାଳନ କରୁଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ, ସମସ୍ୟାରେ ଯାତ୍ରୀ

ପରିସ୍ଥିତର ମୁକାବିଲା ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଜଳ ପ୍ରବାହିତ ହେଉଥିବା ଅଞ୍ଚଳ ଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲି ଫିତା ବାନ୍ଧି ପ୍ରବେଶ ନିଷେଧ ଜାରି କରାଯାଇଥିବା ବେଳେ ସେହି ଅଞ୍ଚଳରୁ ଲୋକମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

Watch Video: